ଦେଖନ୍ତୁ ଭିଡ଼ିଓ: ନାଗୁଣୀ କୁ ଦେଖି ମିଷ୍ଟର୍ ଗଜପତି କହିଲେ "ଜେଲ୍ ରୁ ନୁହେଁ ପାର୍ଲରରୁ ବାହାରିଲେ ବୋଧେ"

 
Archana

ଦୀର୍ଘ ୧୪ ମାସ ଧରି ଜେଲରେ ରହିବା ପରେ ଜାମିନ ନେଇ ଫେରିଛନ୍ତି ଅର୍ଚ୍ଚନା ନାଗ। କେବଳ ଯେ ଜେଲ୍ ରୁ ବାହାରିଛନ୍ତି ତାହା ନୁହେଁ ବରଂ ସେଠାରୁ ଆସି ସେ ଲ' ପରୀକ୍ଷା ଦେବାକୁ ଯାଇଥିବା ମଧ୍ୟ ଦେଖା ଯାଇଥିଲା। ତାଙ୍କର ଜେଲ୍ ଫେରନ୍ତା ଭିଡ଼ିଓ ଏବଂ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

Archana

ଧଳା ଚୁଡ଼ିଦାର ସହିତ କଳା କୋର୍ଟ ପିନ୍ଧି ଅର୍ଚ୍ଚନାଙ୍କ ଗେଟ୍-ଅପ୍ କୁ ନେଇ ଏବେ ବହୁତ ଚର୍ଚ୍ଚା। ଏହାରି ମଧ୍ୟରେ ଏଥିନେଇ ମୁହଁ ଖୋଲିଛନ୍ତି ମିଷ୍ଟର ଗଜପତି। ସେ କହିଛନ୍ତି ଯେ,"ଅର୍ଚ୍ଚନା ଜେଲ୍ ରୁ ଫେରିବା ଭଳି ନୁହେଁ ବରଂ ପାର୍ଲରରୁ ଫେରିବା ଭଳି ଦେଖା ଯାଉଛନ୍ତି। ଏଥିସହିତ ଅର୍ଚ୍ଚନା ନିଜ କେସ୍ ନିଜେ ଲଢ଼ିବା ପାଇଁ ଜିଦ୍ ଧରିବାକୁ ସମର୍ଥନ କରିଛନ୍ତି ଗଜପତି।

Archana

ସେ କହିଛନ୍ତି ଯେ ପ୍ରଥମତଃ ପ୍ରତ୍ୟେକ ମଣିଷ ନିଜର ବ୍ୟକ୍ତିଗତ ଜୀବନ ବଞ୍ଚିବା ପାଇଁ ନିଜ ଅନୁଯାୟୀ କିଛିବି କାମ କରି ପାରନ୍ତି। ଏହି ମାମଲାରେ ନେତା ମନ୍ତ୍ରୀ ଏବଂ ବଡ଼ ଲୋକଙ୍କ ମଧ୍ୟରେ ଅର୍ଚ୍ଚନାଙ୍କ ସମ୍ପର୍କ ରହିଥିଲା, ସେମାନେ ଅର୍ଚ୍ଚନାଙ୍କୁ ଟଙ୍କା ଦେଉଥିଲେ। କେବଳ ଅର୍ଚ୍ଚନା କାହିଁକି ଏଭଳି ଅନେକ ଲୋକ କରୁଥିବେ ବୋଲି ମିଷ୍ଟର ଗଜପତି କହିଛନ୍ତି।

ଏହି ମାମଲାରେ କେବଳ ଅର୍ଚ୍ଚନାଙ୍କର ନାମକୁ ଯେତେ ଇଚ୍ଛା ବଦନାମ୍ କରାଗଲା। ରାଜନୀତି ହେତୁ ଅନ୍ୟ ରାଜନେତା ମାନଙ୍କର ନାମ ସାମ୍ନାକୁ ଆସି ପାରିଲାନାହିଁ। ଯାହାକି ଆଦୌ ଠିକ ହୋଇନଥିଲା, ତେଣୁ ଅର୍ଚ୍ଚନା ନାଗ ଜେଲରୁ ବାହାରି ଏଭଳି ଭାବରେ ଲୁକ ଦେବା ଏବଂ ଲ' ପରୀକ୍ଷା ଦେବା ସହିତ ନିଜ କେସ ନିଜେ ଲ-ଢ଼ିବାକୁ ନେଇଥିବା ଜିଦ ସ୍ୱାଭାବିକ ଅଟେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ:- ସାମ୍ନାକୁ ଆସିଲା ରୋହିତ ଶର୍ମାଙ୍କୁ କ୍ୟାପଟେନ୍ସିରୁ ହଟାଇବାର ବଡ଼ କାରଣ, କାହିଁକି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପଟେନ କଲା ମୁମ୍ବାଇ ଇଣ୍ଡିଆନ