ଅନନ୍ତ ଅମ୍ବାନୀ ପ୍ରି ୱେଡିଂରେ ମିଳିଲା ଅନେକ ମହଙ୍ଗା ଉପହାର, କିଏ କ'ଣ ଗିଫ୍ଟ ଦେଲେ? ସଲମାନଙ୍କ ଗିଫ୍ଟ ଜାଣି ହେବେ ଆଶ୍ଚର୍ଯ୍ୟ

 
Ambani pre wedding
ସରିଲା ପ୍ରି ୱେଡିଙ୍ଗ। ୩ ଦିନ ଧରି ଚାଲିଥିବା ଏହି ପ୍ରି ୱେଡ଼ିଙ୍ଗ କେବଳ ଭାରତରେ ନୁହେଁ ବରଂ ବିଶ୍ୱରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଶୋରେ ରିହାନ୍ନାଙ୍କ ପରି ବିଲେନିୟର କଣ୍ଠଶିଳ୍ପୀ ଆସି ଗୀତ ଗାଇଥିଲେ । ରାଧିକା ଓ ଅନନ୍ତଙ୍କ ଏହି ପ୍ରି ୱେଡ଼ିଂ ଶୋ ୩ ଦିନ ଧରି ଚାଲିଥିବା ବେଳେ ଏଠି ଉପସ୍ଥିତ ଥିବା ସେଲିବ୍ରେଟି ଶୋର କାର୍ଯ୍ୟକ୍ରମ ଏବଂ ଅନ୍ୟ ସମସ୍ତ ଜିନିଷ ମଧ୍ୟ ବେଶ୍ ଆକର୍ଷଣୀୟ ଥିଲା ।

Y

ତେବେ ଏହା ଜାଣିବା ପାଇଁ ସମସ୍ତଙ୍କ ମନରେ ଏକ ଆଗ୍ରହ ଦେଖା ଦେଇଛି ଯେ ଏହି ୱେଡିଂ ଶୋରେ ବଡ଼ ବଡ଼ ଷ୍ଟାର୍ ଯୋଗ ଦେଇଥିବା ବେଳେ କିଏ କେତେ ମହଙ୍ଗା ଉପହାର ଦେଇଛନ୍ତି ଦୁଇ କପଲ୍ ଙ୍କୁ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ କେଉଁ ସେଲିବ୍ରେଟି ଦେଇଛନ୍ତି କେତେ ମହଙ୍ଗା ଉପହାର....

ଖବର ଅନୁସାରେ ଏହି ପ୍ରି ୱେଡିଂ ରେ ରାଧିକା ଏବଂ ଅନନ୍ତଙ୍କୁ ସବୁଠୁ ଅଧିକ ମହଙ୍ଗା ଉପହାର ଦେଇଛନ୍ତି ଶାହରୁଖ୍ ଖାନ୍ । ସେ ପ୍ରାୟ ୫ କୋଟି ଟଙ୍କାର ଏକ ଲକଜରି ସ୍ପୋର୍ଟସ କାର୍ ଦେଇଛନ୍ତି । ସେହିପରି ସଲମାନ୍ ଖାନ୍ ଅନନ୍ତଙ୍କୁ ଫିଲିପ୍ସ ବ୍ରାଣ୍ଡର ଏକ ମହଙ୍ଗା କଷ୍ଟୋମାଇଜ୍ ର ଘଣ୍ଟା ଦେଇଥିବା ବେଳେ ରାଧିକାଙ୍କୁ ଏକ ହୀରାର କାନର ଦେଇଛନ୍ତି ।

ଏହା ସହିତ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲ୍ହୋତ୍ରା ରାଧିକା ଓ ଅନନ୍ତଙ୍କୁ ସୁନା ଓ ହୀରାର ଏକ ଗଣପତି ମୂର୍ତ୍ତି ଦେଇଛନ୍ତି । ରଣବୀର ଓ ଦୀପିକା ଦୁହିଁଙ୍କୁ ଏକ ବ୍ରାଣ୍ଡ ହୀରା ଘଣ୍ଟା ଉପହାର ଦେଇଛନ୍ତି । ରଣବୀର ଓ ଆଲିୟା ଅନନ୍ତଙ୍କୁ ଯୋଡାନ ବ୍ରାଣ୍ଡ ର ଏକ ମହଙ୍ଗା ଜୋତା ସେଟ୍ ଦେଇଥିବା ବେଳେ ରାଧିକାଙ୍କୁ ଏକ ହୀରାର ପର୍ସ ଦେଇଛନ୍ତି । 

Bollywood Khans

ଅଭିନେତା ଭିକି କୌଶଲ ଏବଂ ତାଙ୍କ ପତ୍ନୀ କ୍ୟାଟ୍ରିନା କୈଫ୍‌ ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡ୍‌ ବ୍ରେସ୍‌ଲେଟ୍ ଏବଂ ହୀରା ହାର ଉପହାର ଦେଇଛନ୍ତି। ଶାହିଦ କପୁର ଏବଂ ମୀରା କପୁରଙ୍କ ନାଁ ରାଧିକାଙ୍କୁ ଏକ ମହଙ୍ଗା ନାଗମଣି ଖଚିତ ହୀରା ହାର ଏବଂ ଅନନ୍ତ ଅମ୍ବାନୀଙ୍କୁ ଏକ ମହଙ୍ଗା ପରଫ୍ୟୁମ୍ ଉପହାର ଦେଇଛନ୍ତି। କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି ଗିଫ୍ଟ ନଦେଇ ସଗୁନ୍ ଦେଇଥିବା ଜଣାପଡିଛି।