ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଅଫିସର୍ ଚାକିରି ସୁଯୋଗ, UPSC କରିଲା ବିଜ୍ଞପ୍ତି ଜାରି

 
UPSC-Recruitment-2024

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଅଫିସର୍ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ । ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ଏହି ସୁଯୋଗ ଆଣିଛି । UPSC ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରିଛି । ଏହି ବିଜ୍ଞପ୍ତି ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ଅଧିକାରୀଙ୍କ ପଦବୀ ପୂରଣ ହେବ । ଏହି ନିଯୁକ୍ତି ମାଧ୍ୟମରେ ମେଡିକାଲ ଅଫିସର, ଆସିଷ୍ଟାଣ୍ଟ ଡିଭିଜନାଲ ମେଡିକାଲ ଅଫିସର, ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ଏବଂ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ଗ୍ରେଡ୍ 2 ପଦବୀ ପୂରଣ ହେବ । ଏଥିପାଇଁ ଆପଣଙ୍କୁ ଅନଲାଇନ୍ ଆବେଦନ କରିବାକୁ ପଡିବ ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now
Telegram Group (Join Now) Join Now

UPSC Recruitment 2023: Check Post, Qualification, Pay Scale and Other  Details

ଏହି ପଦ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ । ଏହି ନିଯୁକ୍ତି ମାଧ୍ୟମରେ 800 ରୁ ଅଧିକ ପଦବୀ ପୂରଣ ହେବ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବସାଇଟ upsc.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ।

ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି, ସେମାନେ ଏଠାରେ କ୍ଲିକ୍ କରି ଦେଖିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ :-

  • ଅନଲାଇନ୍ ଆବେଦନ ଆରମ୍ଭ - 10 ଏପ୍ରିଲ୍ 2024
  • ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ - 30 ଏପ୍ରିଲ୍ 2024

ଖାଲି ପୋଷ୍ଟ :-

  • ମେଡିକାଲ ଅଫିସର୍‌
  • ଆସିଷ୍ଟାଣ୍ଟ ଡିଭିଜନାଲ୍‌ ମେଡିକାଲ ଅଫିସର
  • ଜେନେରାଲ ଡ୍ୟୁଟି ମେଡିକାଲ୍‌ ଅଫିସର
  • ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ଗ୍ରେଡ୍‌ 2
  • ମୋଟ 827 ଟି ପଦବୀ ପୂରଣ ହେବ

ଶିକ୍ଷାଗତ ଯୋଗ୍ୟତା :-

ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ M.B.B.S ଡିଗ୍ରୀ ହାସଲ କରିବା ଉଚିତ୍ ।

ବୟସ ସୀମା :-

  • ସର୍ବାଧିକ ବୟସ - 32 ବର୍ଷ
  • SC / ST / PWBD ବର୍ଗ ପାଇଁ ବୟସରେ କୋହଳ ଅଛି ।
  • ବୟସ ଗଣନା 01.08.2023 ଅନୁସାରେ କରାଯିବ ।

ଆବେଦନ ଶୁଳ୍କ :-

  • ସାଧାରଣ ବର୍ଗ / ଓବିସି ପ୍ରାର୍ଥୀ - 200 ଟଙ୍କା
  • SC / ST - ମାଗଣା

କିପରି ଆବେଦନ କରିବେ :-

  • UPSC ର ଅଫିସିଆଲ୍ ୱେବସାଇଟ୍ upsc.gov.in ପରିଦର୍ଶନ କରନ୍ତୁ ।
  • ମୂଳପୃଷ୍ଠାରେ UPSC CMS ପରୀକ୍ଷା 2024 ଲିଙ୍କରେ କ୍ଲିକ୍ କରନ୍ତୁ ।
  • ଏକ ନୂତନ ପୃଷ୍ଠା ଖୋଲିବ ।
  • ଏହା ପରେ, ରେଜିଷ୍ଟର କରନ୍ତୁ ଏବଂ ଆବେଦନ ଫର୍ମ ପୂରଣ କରନ୍ତୁ ।
  • ଫର୍ମ ପୂରଣ କରିବା ପରେ ଆବେଦନ ଫିସ ଦିଅନ୍ତୁ ।
  • ଏହା ପରେ ସଫଳତାର ସହିତ ଫର୍ମ ଦାଖଲ କରନ୍ତୁ ।
  • ଫର୍ମର ଏକ ହାର୍ଡ କପି ଆପଣଙ୍କ ପାଖରେ ରଖନ୍ତୁ ।