ଆକାଶରୁ ଗଳିବାକୁ ଲାଗିଲା ୫୦୦ ଟଙ୍କିଆ ନୋଟ, ଚାହୁଁ ଚାହୁଁ ଲକ୍ଷାଧିକ ଟଙ୍କା ପବନରେ ଉଡ଼ାଇ ଦେଲା ମାଙ୍କଡ଼ ଆଉ ତାପରେ…

 
Monkey with rain

ମଧ୍ୟପ୍ରଦେଶ ରାଜଧାନୀ ଜବଲପୁରର କାଟଭଘାଟି ଅଞ୍ଚଳର ଏକ ଅଣଓସାରିଆ ରାସ୍ତାର ଟ୍ରାଫିକ ଠାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ଏକାଧିକ ଲୋକେ ଟ୍ରାଫିକ ସଂକେତକୁ ଅପେକ୍ଷା କରିଥିବା ବେଳେ ହଠାତ୍ ସେଠାରେ ୫୦୦ ଟଙ୍କିଆ ନୋଟ୍ ଗୁଡିକର ବର୍ଷା ହୋଇଥିଲା। ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକେ ଆଶ୍ଚର୍ଯ୍ୟ ଚକିତ ହେବା ସହ ଟଙ୍କା ଗୋଟାଇବାରେ ଲାଗି ପଡ଼ିଥିଲେ।

Monkey

ଘଟଣାଟିର ସନ୍ଧାନ କରୁ କରୁ ଏହି କାମଟି ଏକ ମାଙ୍କଡ଼ କରିଥିବା ଜଣାପଡିଥିଲା। ରିପୋର୍ଟ ଅନୁଯାୟୀ କାଟଙ୍ଗି ଅଞ୍ଚଳର ମହମ୍ମଦ ଅଲ୍ଲୀ ତାଙ୍କ ଦୁଇ ସାଙ୍ଗଙ୍କ ସହ ଏକ ଅଟୋରେ ୧ ଲକ୍ଷ ଟଙ୍କା ନେଇ ଫେରୁଥିଲେ। ଟ୍ରାଫିକ ଜାମ ଦେଖି ସେ କୌଣସି କାରଣ ବଶତଃ ଅଟୋରୁ ବାହାରକୁ ଆସିଥିଲେ। ଠିକ୍ ଏହି ସମୟରେ ମାଙ୍କଡଟି ଟାୱେଲରେ ଥିବା ପଇସାକୁ ନେଇ ଗଛ ଉପରକୁ ଚଢି ଯାଇଥିଲା। ଏହା ଦେଖିବା ପରେ ଅଲ୍ଲୀ ଶତଚେଷ୍ଟା କରିଥିଲେ ହେଁ ମାଙ୍କଡ଼କୁ ଅଟକାଇ ପାରିନଥିଲେ ଏବଂ ଆଖି ପିଛୁଳାକେ ମାଙ୍କଡଟିକୁ ସମସ୍ତ ପଇସା ପବନରେ ଉଡ଼ାଇ ଦେଇ ଥିଲା। 

Monkey

ଏହା ଦେଖି ଅଲ୍ଲୀ ସଙ୍ଗେ ସଙ୍ଗେ ଟଙ୍କା ଉଠାଇବାକୁ ଲାଗି ପଡ଼ିଥିଲେ ହେଁ ସେ ମାତ୍ର ୫୬ ହଜ଼ାର ଟଙ୍କା ଉଠାଇବାକୁ ସମର୍ଥ ହୋଇଥିଲେ। ସେଠାରେ କୌଣସି ସିସିଟିଭି କ୍ୟାମେରା ନ ଥିବାରୁ ବଳକା ଟଙ୍କା କିଏ ନେଲା ସେଥିନେଇ କୌଣସି ସନ୍ଧାନ ମିଳି ପାରିନଥିଲା। ଏ ନେଇ ଅଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ହେଁ କର୍ଯ୍ୟଟି ଏକ ମାଙ୍କଡ଼ କରିଥିବାରୁ କୌଣସି ମାମଲା ରୁଜୁ ହୋଇ ପାରିନଥିଲା। ସେହି ଅଞ୍ଚଳର ଲୋକ ମାନେ ସେଠାକାର ମାଙ୍କଡ଼ ମାନଙ୍କୁ ଖାଇବା ଓ ପିଇବାକୁ ଦିଇଥାନ୍ତି। ତେଣୁ ମାଙ୍କଡଟି ସେ ଟାୱେଲ ରେ କିଛି ଖାଦ୍ୟ ସାମଗ୍ରୀ ଥିବ ଭାବି ଏପରି କାର୍ଯ୍ଯ କରିଥାଇପାରେ ବୋଲି ଅନୁମାନ କରାଯାଉଛି।