ଗୋଟିଏ ମାସର ଦରମା ଦେବେ ମୋଦି ସରକାର, ଯୁବପିଡ଼ିଙ୍କ ପାଇଁ ବଜେଟରେ ଯୋଜନା ଲାଗୁ କରାଗଲା
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବଜେଟକୁ ନେଇ ଆସିଥିବା ଖବର ସବୁ ଜାଣି ପାରିବେ । ଆପଣମାନେ ସମସ୍ତେ ୨୦୨୪-୨୫ ମସିହାର ବଜେଟ ବିଷୟରେ ତ ଜାଣିଥିବେ । ଏବେ ଏହି ବଜେଟକୁ ନେଇ ଉପ ମୁଖ୍ୟମନ୍ତ୍ରୀ କଣ ସବୁ କହିଛନ୍ତି ତାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ବଜେଟ ଘୋଷଣା ହେବା ପରେ ଏମିତି କିଛି ଦେଖିବାକୁ ମିଳିଛି। ଓଡ଼ିଶାରେ ବିଜେଡି ସରକାର ୨୪ ବର୍ଷ ହେଲା ଶାସନ କରୁଥିଲେ । ଆଉ ଏବେ ଓଡ଼ିଶାରେ ବିଜେପି ସରକାର ଶାସନ କରୁଛି ।ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଅନ୍ତରୀଣ ବଜେଟରେ ୪ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା । ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ବର୍ଷ ବଢାଯାଇଛି । ତେବେ ନୂଆ ନିଯୁକ୍ତି ନେଇ ଆସିବ ଯୋଜନା।
କୋଟିଏ ଯୁବକଙ୍କ ପାଇଁ ଇଣ୍ଟର୍ଣ୍ଣସିପ ସ୍କ୍ରମ ଘୋଷଣା ହେଇଛି। ଇଣ୍ଟର୍ଣ୍ଣସିପ ବେଳେ ମାସିକ ମିଳିବ ୫୦୦୦ ଟଙ୍କା। ୫୦୦ ଟପ୍ କଂପାନୀରେ ଏକ କୋଟି ଯୁବକ ଯୁବତୀଙ୍କୁ ଇଣ୍ଟର୍ଣ୍ଣସିପ ସୁଯୋଗ ମିଳିବ। ଯେଉଁଥିରେ ମାସିକ ୫ ହଜାର ଟଙ୍କା ଇଣ୍ଟର୍ଣ୍ଣସିପ ଭତ୍ତା ମିଳିବ।
୬ ହଜାର ଟଙ୍କାର ଏକକାଳୀନ ସହାୟତା ବି ପ୍ରଦାନ କରାଯିବ। ନୂଆ ଚାକିରୀ କଲେ ସରକାର ଦେବେ କୋଟିଏ ମାସର ଦରମା। ନୂଆ ଚାକିରୀ ପାଇଁ ବଜେଟରେ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚାକିରୀଙ୍କୁ ଗୋଟିଏ ମାସର ବେଦନ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ତିନିଟି କିସ୍ତିରେ ଦିଆଯିବ।
ଏହା ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଇବେ କେନ୍ଦ୍ର ସରକାର। ମାସକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା ଚାକିରୀଆଙ୍କ ପାଇଁ ଏହି ଯୋଜନା ଏହି ଯୋଜନା ଲାଗୁ କରାଯିବ। ଏହାଦ୍ବାରା ୨ କୋଟି ୧୦ ଲକ୍ଷ ଯୁବକ ଯୁବତୀ ଉପକୃତ ହେବ।