ଦେଖନ୍ତୁ ଭିଡ଼ିଓ: ବିଚ୍ ରାସ୍ତାରେ ଇଞ୍ଜିନିୟରଙ୍କୁ ଚାପୁଡ଼ା ମାରିଲେ ବିଧାୟିକା! ଜାଣନ୍ତୁ ଏହାର କାରଣ…

ବିଚ୍ ରାସ୍ତା ଉପରେ ଯୁବ ଇଞ୍ଜିନିୟରଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଲେ ବିଧାୟିକା। ଆଜ୍ଞା ହଁ, ମହାରାଷ୍ଟ୍ର ଥାଣେ ଅଞ୍ଚଳରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡ଼ିଓରେ ଥିବା ମୀରା ଭୟାନ୍ଦରର ବିଧାୟିକା ଗୀତା ଜୈନ୍ ମ୍ୟୁନିସିପାଲ କର୍ପୋରେସନର ଦୁଇଜଣ ଇଞ୍ଜିନିୟରଙ୍କୁ ଚାପୁଡ଼ା ମାରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାଇ ମ୍ୟୁନିସିପାଲ କର୍ପୋରେସନର କିଛି ଇଞ୍ଜିନିୟରଙ୍କ ଉପସ୍ଥିତିରେ ସରକାରୀ ଜମି ଉପରେ ଥିବା କିଛି ଲୋକଙ୍କ ଘରକୁ ହଠାତ କିଛି ସୂଚନା ନଦିଆଯାଇ ଭଙ୍ଗାଯାଇଥିଲା। ବର୍ତ୍ତମାନ ସେଠାରେ ମୌସୁମୀର ସମୟ ହୋଇଥିବା ବେଳେ ଘର ଭାଙ୍ଗିଯାଇଥିବା ଲୋକେ ବାହାରେ ନିଜ ପିଲାଛୁଆଙ୍କ ସହିତ ବର୍ଷାରେ ଭିଜୁଥିବା ଦେଖିବାକୁ ମିଳିଥିଲା।
ଏକଥା ଜାଣିବା ପରେ ବିଧାୟିକା ଜଣକ ଉକ୍ତ ଦୁଇ ଇଞ୍ଜିନିୟରଙ୍କୁ ଡାକି ଖୁବ ଗାଳି ଗୁଳଜ କରିବା ସହିତ ଚାପୁଡ଼ା ମାରିଥିଲେ। ଏଥିସହିତ ଭଙ୍ଗା ପାଇଁ ସରକାରୀ ନୋଟିସ୍ ଦେଖାଇବା ମଧ୍ୟ କହିଥିଲେ। ତେବେ, ଏଥିନେଇ ବିଧାୟିକାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୀତା ଜୈନ୍ ପୂର୍ବରୁ ଏହି ସହରର ‘ବିଜେପି’ ମେୟର୍ ଥିଲେ ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥିନୀ ଭାବେ ବିଜୟୀ ହୋଇ ବିଧାୟିକା ହୋଇଥିଲେ।