ଓଡ଼ିଶାର ସବୁଠାରୁ ଧନୀ ମନ୍ତ୍ରୀ ଥିଲେ, ମୃତ୍ୟୁ ପରେ ମଧ୍ୟ ପରିବାର ପାଇଁ ଏତେ କୋଟି ର ସମ୍ପତ୍ତି ଛାଡି ଯାଇଛନ୍ତି, ଜାଣିଲେ ତାଯୁବ ହେବେ ଆପଣ

 
Naba Das Sampati

ଶାସକ ବିଜେଡି ଦଳର ପ୍ରମୁଖ ନେତା ତଥା ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଦୁଇଦିନ ତଳେ ସେ ବ୍ରଜରାଜନଗରରେ ଏକ ସଭାରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ସେଠାରେ ଏପରି ଅଘଟଣ ଘଟିଯାଇଛି। ତେବେ, ହତ୍ୟା କରିଥିବା ବ୍ୟକ୍ତି ଜଣକ ଆଉ କେହି ନୁହେଁ ବରଂ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଏଏସଆଇ ଗୋପାଳ କୃଷ୍ଣ ଦାସ ବୋଲି ଜଣାପଡିଛି।

Naba das

 ତେବେ, ନବ ଦାସଙ୍କର ମୃତ୍ୟୁ ପରେ ସେ ଛାଡ଼ି ଯାଇଥିବା ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ନବୀନଙ୍କ କ୍ୟାବିନେଟରେ ସବୁଠାରୁ ଧନୀ ବ୍ୟକ୍ତି ଭାବରେ ନବ ଦାସଙ୍କ ନାମ ହିଁ ସାମ୍ନାକୁ ଆସିଥାଏ। ତାଙ୍କ ସ୍ଥାବର-ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପାଖାପାଖି ୪୦ କୋଟି ଟଙ୍କା ହେବ। ଏହା ବ୍ୟତୀତ ତାଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ ଘର ଏବଂ କାର ରହିଛି।

Expensive car

 ଟାଟା ମୋଟର୍ସ ଏବଂ ମହିନ୍ଦ୍ରା ଭଳି ନାମୀ ଦାମୀ ୭୦ଟି ଗାଡ଼ି ରହିଛି। ସେହିଭଳି କେବଳ କରୋନା କାଳରେ ହିଁ ସେ ୧୮ଟି ନୂଆ ଗାଡ଼ି କିଣିଛନ୍ତି। ଏହା ବ୍ୟତୀତ ତାଙ୍କ ପାଖରେ ତିନୋଟି ବନ୍ଧୁକ ମଧ୍ୟ ରହିଛି ଯାହାର ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହେବ। ନବ ଦାସଙ୍କ ପରିବାରରେ ତାଙ୍କର ସ୍ତ୍ରୀ ପୁଅ ଏବଂ ଝିଅ ରହିଥିବା ବେଳେ ଏବେ ସେମାନେ ହିଁ ଏହି ସବୁ ସମ୍ପତ୍ତିର ମାଲିକ ହେବେ।