ସ୍ୱାମୀ ୨ପୁଅକୁ ଛାଡ଼ି ୧୦ ବର୍ଷ ସାନ ଯୁବକକୁ ଭଲପାଇ ବାହା ହେଲେ ବିବାହିତା ମହିଳା, ପୂରା ଘଟଣା ଜାଣି ହେବେ ତାଜୁବ୍

 
ବିବାହିତା ମହିଳା

କୁହାଯାଏ ପ୍ରେମ ମାନେନି ବୟସ କିମ୍ବା ବାଛ ବିଚାର। ଅନେକ ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ପୁଅ କିମ୍ବା ଝିଅମାନେ ନିଜ ଠାରୁ ଯଥେଷ୍ଟ ବଡ଼ କିମ୍ବା ସାନ ଜୀବନସାଥୀଙ୍କୁ ବାଛିଥାନ୍ତି। କିନ୍ତୁ ବେଳେ ବେଳେ ଏହିପରି ଘଟଣା ଗୁଡିକ ସମାଜ ପାଇଁ ଏକ ଖରାପ ଉଧାରଣ ସୃଷ୍ଟି କରିଥାଏ।

ଏହିପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ଖାପରାଖୋଲ ଅଞ୍ଚଳରେ ଘଟିଛି, ଯେଉଁଠାରେ ଜଣେ ମହିଳା ନିଜଠାରୁ ୧୦ ବର୍ଷ ସାନ ପ୍ରେମିକ ସହ ଫେରାର ହୋଇ ହଟହଟା ହୋଇଛନ୍ତି। ଏହି ମହିଳା ଜଣଙ୍କର ସ୍ୱାମୀ ଏବଂ ସନ୍ତାନ ଥିଲେ ମଧ୍ୟ ସେ ସେମାନଙ୍କୁ ପଛ କରି ନିଜ ପ୍ରେମିକ ସହ ଫେରାର ହୋଇଯାଇଥିଲେ। ପରେ ତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବାରୁ ଶେଷରେ ଏହି ପ୍ରେମୀଯୁଗଳଙ୍କୁ ଠାବ କରାଯାଇଥିଲା ଏବଂ ସେମାନେ ଥାନାରେ ବିବାହ କରିଥିଲେ।

ତେବେ ଏହି ଘଟଣା ମୁତାବକ ଏହି ଅଞ୍ଚଳର ଭଜ୍ଜବନ ୱାର୍ଲେୱାଡିଆ କବିତା ୱାର୍ଲେୱାଡିଆଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି। ସବୁକିଛି ଠିକ ଚାଲିଥିବା ବେଳେ ୩୩ ବର୍ଷୀୟା କବିତା ନିଜ ପଡ଼ୋଶୀ ୨୨ ବର୍ଷୀୟ ମୁକେଶ ବେହେରାଙ୍କ ପ୍ରତି ଆକୃଷ୍ଟ ହୋଇଯାଇଥିଲେ ଏବଂ କିଛି ଦିନ ପରେ ମୁକେଶଙ୍କ ସହ ଫେରାର ହୋଇଯାଇଥିଲେ।

ତେବେ ସବିତାଙ୍କ ସ୍ୱାମୀଙ୍କ ଏତଲାକୁ ଆଧାର କରି ପୋଲିସ ଉଭୟଙ୍କୁ ବାହାର ରାଜ୍ୟରୁ ଠାବ କରିଥିଲା। ପରେ ଶାଶୂଘର ଏବଂ ବାପଘର ଲୋକେ ସବିତାଙ୍କୁ ରଖିବାକୁ ମନା କରିଦେବାରୁ। ମୁକେଶ ଏବଂ ସବିତା ବିବାହ କରିଥିଲେ। ଏଭଳି ଏକ ଘଟଣା ସମାଜକୁ କଳୁଷିତ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।