ଦେଖନ୍ତୁ ଭିଡ଼ିଓ: ମୃତ ସାଙ୍ଗର ଆତ୍ମାକୁ ଦେଖିବା ପାଇଁ ଦୀର୍ଘ ୩୧ ବର୍ଷ ଧରି ସ୍ମସାନ ରେ ଜଗି ବସିଛନ୍ତି, ଏବଂ...

 
Bhuta

ଘର ପରିବାର ସବୁ ଅଛି, କିନ୍ତୁ ଜୀବନ ଠାରୁ ଅଧିକ ଭଲ ପାଉଥିବା ସାଙ୍ଗଟିଏ ମରିଯିବା ପରେ ସ୍ମସାନରେ ଶୋଉଛନ୍ତି ଜଣେ ବ୍ୟକ୍ତି। ତାହା ଗୋଟିଏ କିମ୍ବା ଦୁଇଟି ଦିନ ନୁହେଁ ବରଂ ଦୀର୍ଘ ୩୧ ବର୍ଷ ହେବ ସାଙ୍ଗର ଆତ୍ମାକୁ ଦେଖିବା ପାଇଁ ସେ ସ୍ମସାନରେ ହିଁ ରହୁଛନ୍ତି। କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

Friend

ମିଳିଥିବା ସୂଚନା ଅନୁଯାଇ ଏହି ବ୍ୟକ୍ତିଙ୍କ ନାମ ପଦ୍ମନାଭ ସାହୁ ହୋଇଥିବା ବେଳେ ଦୀର୍ଘ ୩୧ ବର୍ଷ ତଳେ ତାଙ୍କର ସାଙ୍ଗ ପ୍ରତାପ କୁମାର ସିଂଙ୍କର ଜୀବନ ଚାଲିଯାଇଥିଲା। ପ୍ରତାପଙ୍କ ଶବକୁ ଗାଁ ସ୍ମସାନରେ ସତ୍କାର କରାଯାଇଥିବା ବେଳେ ସାଙ୍ଗରେ ଆତ୍ମା ସହିତ କଥା ହେବା ପାଇଁ ସେ ସେହିଠାରେ ଅପେକ୍ଷା କରି ରହିଛନ୍ତି। କଥାଟି ଶୁଣି ଆପଣଙ୍କ ମଧ୍ୟରୁ କେହି କେହି ପଦ୍ମନାଭଙ୍କୁ ମାନସିକ ବିକାରଗ୍ରସ୍ତ ଭାବୁଥିବେ କିନ୍ତୁ, ତାହା ନୁହେଁ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଟନ୍ତି।

 

ତେବେ, ପଦ୍ମନାଭ ସ୍ମସାନଟିକୁ ପରିଷ୍କାର ପରିଚ୍ଛନ ରଖୁଥିବା ମଧ୍ୟ ଦେଖିବାକୁ ମିଳେ। କେବଳ ସେତିକି ନୁହେଁ ବରଂ ସେ ସେଠାରେ ବିଭିନ୍ନ ପ୍ରକାର ଫୁଲ ଗଛ ମଧ୍ୟ ଲଗାଇଥିବା ଦେଖିବାକୁ ମିଳିଥାଏ। ଗୋଟିଏ ପଟେ ଲୋକେ ଅନ୍ଧାର ହୋଇଗଲେ ସ୍ମସାନ ଯିବାକୁ ଡରୁଥିବା ବେଳେ ଅନ୍ୟପକ୍ଷରେ ପଦ୍ମନାଭ ଆଜି ପର୍ଯ୍ୟନ୍ତ ଭୂତ ତ ଛାଡ଼ନ୍ତୁ କାହାର ଛାଇ ମଧ୍ୟ ଦେଖିନଥିବା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: “ତୋ ନାଁରେ ରେପ୍ କେସ୍ ଦେବୀ” ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ଯୁବକଙ୍କ କଲର୍ ଧରି ପଥରରେ ମାରିଲେ ଯୁବତୀ