କରୋନା ରେ ଚାଲିଗଲା ଚାକିରୀ ତ ସ୍ୱାମୀ ପାଲଟିଗଲା Play Boy, ଜଣାପଡିବା ପରେ ସ୍ତ୍ରୀ ବାଧ୍ୟ ହୋଇ ନେଲା ଏଭଳି ନିଷ୍ପତ୍ତି

 
କରୋନା ରେ ଚାଲିଗଲା ଚାକିରୀ ତ ସ୍ୱାମୀ ପାଲଟିଗଲା Play Boy, ଜଣାପଡିବା ପରେ ସ୍ତ୍ରୀ ବାଧ୍ୟ ହୋଇ ନେଲା ଏଭଳି ନିଷ୍ପତ୍ତି

ସାରା ବିଶ୍ୱରେ ହଇଚଇ ସୃଷ୍ଟି କରୁଥିବା କରୋନା ଭାଇରସ୍ ବର୍ତ୍ତମାନ ବେଙ୍ଗାଲୁରୁ ରେ ଜଣେ ଦମ୍ପତିଙ୍କ ଛାଡପତ୍ରର କାରଣ ହେବା ଘଟଣା ସାମ୍ନା କୁ ଆସିଛି। ଏହି ଘଟଣା ମୁତାବକ କୋରୋନା ମହାମାରୀ ହେତୁ ଲଗାଯାଇଥିବା ଲକଡାଉନ ଯୋଗୁଁ ବିପିଓ କର୍ମଚାରୀ ଭାବେ କାମ କରୁଥିବା ବ୍ୟକ୍ତିଙ୍କୁ ନିଜ ଚାକିରୀ ହରାଇବାକୁ ପଡିଲା। ଏହା ପରେ, ସେ ବାଧ୍ୟ ହୋଇ ଟଙ୍କା ରୋଜଗାର କରିବା ପାଇଁ ନିଜକୁ ପୁରୁଷ ଦେହଜୀବୀ ଅଥବା ଜିଗୋଲୋ ସଜାଇ ଦେଇଥିଲେ, ଯେଉଁଥିରେ ଅସନ୍ତୁଷ୍ଟ ହୋଇ ଛାଡପତ୍ର ପାଇଁ ତାଙ୍କ ପତ୍ନୀ କୋର୍ଟରେ ଆବେଦନ କରିଥିବା ଘଟଣା ସାମ୍ନା କୁ ଆସିଛି।

ଉକ୍ତ ୨୪ ବର୍ଷୀୟା ମହିଳାଙ୍କ କହିବା ମୁତାବକ ଚାକିରି ଛାଡିବା ପରେ ତାଙ୍କ ସ୍ୱାମୀ ଜିଗୋଲୋ ହୋଇ ଯାଇଥିଲେଥିଲେ ଏବଂ ସେ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ। ତେବେ ଏକ ରିପୋର୍ଟ ଅନୁଯାୟୀ, ବାଙ୍ଗାଲୋର ପୋଲିସ ଏବଂ ମହିଳା ହେଲ୍ପଲାଇନ ଉଭୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାର ସମାଧାନ ପାଇଁ କାଉଁସିଲିଂ କରିଥିଲେ, କିନ୍ତୁ ଏହା ସତ୍ତ୍ୱେ ଏହି ଦମ୍ପତି ଆଉ ଏକାଠି ରହିବାକୁ ଚାହୁଁ ନଥିବାରୁ। ଉଭୟଙ୍କ ପାରସ୍ପରିକ ସହମତି ସହ ଉଭୟେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉଭୟଙ୍କର ଭେଟ ଏକ ବିପିଓ ଅଫିସ୍ କ୍ୟାନଟିନ ରେ ହୋଇଥିଲା ଏହାପରେ ୨୦୧୯ ମସିହାରେ ଉଭୟେ ପ୍ରେମ ବିବାହ କରିଥିଲେ। ତେବେ କରୋନା ମହାମାରୀ ରେ ଉକ୍ତ ବ୍ୟକ୍ତିଙ୍କର ଚାକିରୀ ଚାଲିଯିବାରୁ ବାଧ୍ୟ ହୋଇ ସେ ଏଭଳି ପନ୍ଥା ଅପଣାଇଥିଲେ। ଅନେକ ଦିନ ସନ୍ଦେହ କରିବା ପରେ ଯେତେବେଳେ ଯୁବତୀଙ୍କୁ ଏ ବିଷୟରେ ଜଣାପଡିଲା, ସେ ଏଥିରେ ଅସନ୍ତୁଷ୍ଟ ହେବା ସହ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଛନ୍ତି।