ବିନା ହୃତପିଣ୍ଡରେ ୫୫୫ ଦିନ ବଞ୍ଚି ରହିଲେ ଏହି ଯୁବକ ! ଜୀବନ ବଞ୍ଚାଇବାର ଉପାୟ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ….

 
Man without heart

ପ୍ରତ୍ୟେକ ମଣିଷର ବଞ୍ଚିବା ପାଇଁ ଅନ୍ୟାନ୍ୟ ଅଙ୍ଗ ସହିତ ଏକ ସୁସ୍ଥ ହୃତପିଣ୍ଡ ରହିବା ଅତ୍ୟନ୍ତ ଜରୁରୀ ଅଟେ। ଏହା ବିନା ବଞ୍ଚିବା ଅସମ୍ଭବ ହୋଇଥିବା ବେଳେ ଜଣେ ବ୍ୟକ୍ତି ୫୫୫ ଦିନ ପର୍ଯ୍ୟନ୍ତ ନିଜ ହୃତପିଣ୍ଡ ବିନା ବଞ୍ଚିପାରିଥିଲେ। ପ୍ରକୃତରେ ଷ୍ଟାନ୍ ଲର୍କିନ୍ ନାମକ ଏହି ବ୍ୟକ୍ତି ଏକ କୃତ୍ରିମ ହୃଦୟ ସହିତ ୫୫୫ ଦିନ ପର୍ଯ୍ୟନ୍ତ ବଞ୍ଚିପାରିଥିଲେ।

ସୂଚନା ଅନୁଯାୟୀ ୨୫ ବର୍ଷୀୟ ଲାର୍କିନ୍ ଡୋମିନିକ୍ କାର୍ଡିଓମାୟୋପ୍ୟାଥି ନାମକ ଏକ ବଂଶଗତ ରୋଗ ଦ୍ୱାରା ପୀଡିତ ଥିଲେ। ଏହି ରୋଗ ହେଲେ ହୃତପିଣ୍ଡରୁ ଶରୀରକୁ ସଠିକ୍ ଭାବରେ ରକ୍ତ ପମ୍ପ ହୋଇନଥାଏ ଯାହାଫଳରେ ହୃତସ୍ପନ୍ଦନ ବନ୍ଦ ହୋଇଯାଇଥାଏ। 

ଷ୍ଟାନ୍ ପୂର୍ବରୁ ଏହି ରୋଗ ଦ୍ୱାରା ପୀଡିତ ଥିବାରୁ ତାଙ୍କର ହୃତପିଣ୍ଡ କ୍ଷତିଗ୍ରସ୍ତ ହୋଇଥିଲା। ୨୦୧୬ ମସିହାରେ ଲାର୍କିନଙ୍କର ହୃତପିଣ୍ଡ ପ୍ରତିରୋପଣ କରାଯାଇଥିଲା। କିନ୍ତୁ ଏହାପୂର୍ବରୁ, ସେ ଡୋନର୍ ଙ୍କୁ ଅପେକ୍ଷା କରୁଥିବା ସମୟରେ SyncArcadia ନାମକ ଏକ ଉପକରଣ ବ୍ୟବହାର କରୁଥିଲେ ଯାହା ତାଙ୍କ ପାଇଁ ଏକ କୁତ୍ରିମ ହୃଦୟ ପରି କାମ ଦେଉଥିଲା। 

ଏକ 'କୃତ୍ରିମ ହୃଦୟ' ପରି କାର୍ଯ୍ୟ କରୁଥିବା ଏହି ଡିଭାଇସ୍ ପ୍ରାୟ ୫୫୫ ଦିନ ପାଇଁ ଷ୍ଟାନ୍ ଲାର୍କିନଙ୍କ ପିଠିରେ ବନ୍ଧା ହୋଇ ରହିଥିଲା। ଏତେ ଦିନ ପର୍ଯ୍ୟନ୍ତ ଏହି ଡିଭାଇସ୍ ତାଙ୍କ ଶରୀରର ଏକ ମୁଖ୍ୟ ଅଙ୍ଗ ସଦୃଶ ରହିଥିଲା ବୋଲି ଷ୍ଟାନ୍ ନିଜ ପ୍ରତିକ୍ରିୟାରେ କହିଥିଲେ।