ପାଲେଷ୍ଟାଇନ ଆତଙ୍କବାଦୀକୁ ସମର୍ଥନ କରି ଦେଶ ବିରୋଧୀ କାର୍ଯ୍ୟ କରୁଥିଲା ମୁସ୍କିଲ ଯୁବକ, ଏବେ ବାନ୍ଧିଲା ପୋଲିସ, ପଢନ୍ତୁ ରିପୋର୍ଟ

 
Arrested

ପାଲେଷ୍ଟାଇନକୁ ସମର୍ଥନ କରି କର୍ଣ୍ଣାଟକର ଜଣେ ଯୁବକଙ୍କୁ ହଟହଟା ହେବାକୁ ପଡ଼ିଛି। ଅଭିଯୁକ୍ତ ଜଣକ ୨୦ ବର୍ଷ ବୟସ୍କ ଆଲାମ ପାଶା ବୋଲି ଜଣାପଡିଛି।  ସେ ପାଲେଷ୍ଟାଇନକୁ ସମର୍ଥନ କରି ହ୍ଵାଟ୍ସଆପ୍ ଷ୍ଟାଟସ୍ ପୋଷ୍ଟ କରିଥିବା ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିବା ସହିତ ତାଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିବା ଜଣାପଡିଛି।

Hamas

ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ଘଟଣା ବିଜୟାନଗର ଜିଲ୍ଲାର ହୋସପେଟ ସହରର ଅଟେ। ଇସ୍ରାଏଲ-ହାମାସ୍ ଯୁଦ୍ଧ ସମୟରେ ସେଠାରେ ଏକ ମୁସଲମାନ ପ୍ରାଧାନ୍ୟ ଅଞ୍ଚଳର କିଛି ଲୋକ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ପୋଲିସ ସୂଚନା ପାଇଥିଲା।  ଅଭିଯୁକ୍ତମାନେ ଜାତୀୟ ବିରୋଧୀ ଭିଡିଓ ସେୟାର କରୁଥିବା ଅଭିଯୋଗରେ ଧରାପଡିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା।

Alam pasa

ସତର୍କତାମୂଳକ ପଦକ୍ଷେପ ଭାବରେ ପୋଲିସ ଆଲାମ ପାଶାଙ୍କୁ ଗିରଫ କରିଥିଲା।  ସେ ସଂଖ୍ୟାଲଘୁ ବିଭାଗରେ ଜଣେ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟ କରନ୍ତି। ମିଳିଥିବା ସୂଚନା ଅନୁଯାଇ, ଆଇପିସି ଧାରା ୧୦୮ ଏବଂ ଧାରା ୧୫୧ (ଶାନ୍ତି ଭଙ୍ଗ ହେବାର ସମ୍ଭାବନା) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ପୋଲିସ କହିବା ଅନୁଯାୟୀ ପଚରାଉଚରା ପାଇଁ ଆଲାମକୁ ଗିରଫ କରାଯାଇଛି ଏବଂ ଖୁବ ଶୀଘ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ନିକଟରେ ତାକୁ ହାଜର କରାଯିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୬ ଦିନ ହେବ ଇସ୍ରାଇଲ ଏବଂ ଆତଙ୍କବାଦୀ ସଂଘଠନ ହମସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯେଉଁଥିରେ ଶତାଧିକ ଲୋକେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ:- ଘଣ୍ଟା ଘଣ୍ଟା ଧରି ତଳେ ପଡିରହି ମରିବାର ଅଭିନୟ କଲେ, ତଥାପି ଗୁଳି କରି ମାରିଦେଲେ ହମାସ୍ ଆତଙ୍କବାଦୀ, ଜାଣନ୍ତୁ ପୁରା ଘଟଣା