ପ୍ରେମ ପାଇଁ ୨୧ ଘଣ୍ଟା ଆଣ୍ଠୁଆ ବସିଲେ ଯୁବକ! ଗର୍ଲଫ୍ରେଣ୍ଡକୁ ମନେଇବା ପାଇଁ ଆଣ୍ଠୁ ମାଡ଼ି ବସି ରହିଲେ, ଆଉ ତାପରେ...

 
Love

ନିଜ ପ୍ରେମକୁ ପାଇବା ପାଇଁ କିଏ କେତେ କ'ଣ କରନ୍ତି। କିଏ ପ୍ରେମିକାକୁ ମାନଇବା ପାଇଁ ଡ୍ୟାନ୍ସ କରିଥାଏ ତ କିଏ ସୁନ୍ଦର ଗୀତଟିଏ ଗାଇ ପ୍ରେମିକାର ହୃଦୟ ଜିତିବାକୁ ଚେଷ୍ଟା କରିଥାଏ। ତେବେ, ଏହାରି ଭିତରେ ଜଣେ ଚୀନ୍ ଯୁବକଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ନିଜ ପ୍ରେମିକାଙ୍କୁ ମାନଇବା ପାଇଁ ଦୀର୍ଘ ୨୧ ଘଣ୍ଟା କାଳ ଆଣ୍ଠୁ ମାଡ଼ି ବସି ରହିଥିବା ଦେଖିବାକୁ ମିଳିଛି।

Love

 ଚୀନ୍ ସ୍ଥିତ ସିଆଚେନ୍‌ ପ୍ରାନ୍ତରେ ଏଭଳି ଏକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ନିଜର ଗାର୍ଲଫ୍ରେଣ୍ଡଙ୍କୁ ମାନଇବା ପାଇଁ ତାଙ୍କ ଅଫିସ୍ ଆଗରେ ଗୋଲାପ ଫୁଲ ଧରି ବସି ରହିଥିଲେ। ପ୍ରେମିକା ନ ଆସିବାରୁ ସେ ସେହିଦିନ ଦ୍ୱିପ୍ରହର ୧ଟେ ରୁ ପରଦିନ ୧୦ଟା ପର୍ଯ୍ୟନ୍ତ ଆଣ୍ଠୁମାଡ଼ି ବସି ରହିଥିଲେ। ସେହିଦିନ ରାତିରେ ପ୍ରବଳ ବର୍ଷା ହୋଇଥିବା ମଧ୍ୟ ଜଣାଯାଇଛି।

Man

ଏତେ ସବୁ କରିବା ସତ୍ତ୍ୱେ ସେହି ଯୁବତୀଙ୍କ ଦେଖା ମିଳିନଥିଲା। ପୋଲିସ ପହଞ୍ଚି ଯୁବକଙ୍କୁ ବହୁତ ବୁଝାଇଥିଲେ ହେଁ ସେ ନିଜ ଜିଦରେ ଅଟଳ ରହିଥିଲେ। ତେବେ, ଥଣ୍ଡା ଅସହ୍ୟ ହେବାରୁ ତାଙ୍କୁ ସେଠାରୁ ଯିବାକୁ ପଡିଥିଲା। ତେବେ, ଘଟଣାର ଫୋଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଲୋକେ ନିଜର ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି।