ବଡ଼ ଭଉଣୀକୁ ବାହା ବେଳେ ସାନକୁ ଦେଖି ପ୍ରେମରେ ପଡିଗଲା ବର, ଆଉ ତାପରେ ପୂରା ଘଟଣା ଜାଣି ହେବେ ତାଜୁବ୍

 
Bahaghara

କର୍ଣ୍ଣାଟକରେ ଏକ ବିଚିତ୍ର ବିବାହର ଘଟଣା ସାମ୍ନା କୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଦୁଇ ଭଉଣୀଙ୍କୁ ସମାନ ମଣ୍ଡପରେ ବିବାହ କରିବାର ଘଟଣା ଚର୍ଚ୍ଚାର ପରିସର ରେ ରହିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ପୁଅର କନ୍ୟାପକ୍ଷ ଲୋକଙ୍କ ଉପରେ ଏହି ଘଟଣାରେ କୌଣସି ପ୍ରକାରର ଚାପ ପକାଇନଥିଲେ, ବରଂ କନ୍ୟା ନିଜେ ଏହି ସର୍ତ୍ତ ରଖିଥିଲେ।

ଏହି ଘଟଣାଟି କର୍ଣ୍ଣାଟକର କୋଲାର ଜିଲ୍ଲାରୁ ଆସିଥିବା ବେଳେ ଏଠାରେ, ଉମାପତି ନାମକ ଜଣେ ବ୍ୟକ୍ତି ଦୁଇଜଣ ଭଉଣୀଙ୍କୁ ଗୋଟିଏ ବେଦୀରେ ଏକା ସହ ବିବାହ କରିଥିଲେ, ଏହି ବିବାହ କୋଲାର ଜିଲ୍ଲାର ମୁଲବାଗାଲର କୁରୁଦୁମାଲେ ମନ୍ଦିରରେ ହୋଇଥିଲା।

ଏହି ବିବାହ ମେ ୭ ତାରିଖରେ ହୋଇଥିବା ବେଳେ, ଶନିବାର ଦିନ ଏହି ବିବାହ ସମାରୋହର ଏକ ଭିଡିଓ ଭାଇରାଲ ହେବା ପରେ ଏହି ବିବାହ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଉମାପତି ଲଳିତା ନାମକ ଜଣେ ଯୁବତୀଙ୍କୁ ବିବାହ କରିବାକୁ ନିବେଦନ କରିଥିଲେ। କିନ୍ତୁ ଲଳିତା ତାଙ୍କ ସହ ନିଜ କହିପାରୁନଥିବା ଭଉଣୀର ମଧ୍ୟ ବିବାହ କରିବାକୁ ସର୍ତ୍ତ ରଖିଥିଲେ ଏବଂ ଲଳିତାଙ୍କୁ ବିବାହ କରିବା ଚକ୍କର ରେ ଉଭୟ ଭଉଣୀଙ୍କୁ ବାହାହେବା ପାଇଁ ରାଜି ହୋଇଯାଇଥିଲେ।

ତେବେ ହିନ୍ଦୁ ଧର୍ମ ଅନୁଯାଇ ଏକା ସହ ଦୁଇ ଜଣଙ୍କୁ ବିବାହ କରିବା ଏକ ଅପରାଧ ଅଟେ। ଏଥିସହିତ ବିବାହିତା ଦୁଇ ଯୁବତୀ ନାବାଳିକା ହୋଇଥିବାରୁ ଉମପତିଙ୍କୁ ନାବାଳିକାଙ୍କୁ ବିବାହ କରିବା ଅପରାଧରେ ପୋଲିସ ଗିରଫ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହିନ୍ଦୁ ବିବାହ ଅଧିନିୟମ ( ଆଇପିସି ଧାରା 494),ଅନୁଯାୟୀ, ଦ୍ୱିବିବାହ ଏକ ଗୁରୁତର ଏବଂ ଦଣ୍ଡନୀୟ ଅପରାଧ ଅଟେ।

From around the web