ଦେଖନ୍ତୁ ଭିଡ଼ିଓ: ଏକାସହିତ ଦୁଇ ଜଣ ଯୁବତୀଙ୍କୁ ବିବାହ କଲେ ଏହି ଯୁବକ, ତାଙ୍କ ପରିବାରର ରିଆକ୍ସନ ଆଶ୍ଚର୍ଯ୍ୟଜନକ 

 
Man marries two girlfriends together

ବର୍ତ୍ତମାନ ସମୟରେ ଲୋକମାନେ ଗୋଟିଏ ସ୍ତ୍ରୀଙ୍କୁ ସମ୍ଭାଳି ପାରୁନଥିବା ବେଳେ ତେଲେଙ୍ଗାନା ଅଞ୍ଚଳର ଜଣେ ଯୁବକ ଦୁଇ ଦୁଇ ଜଣ ଯୁବତୀଙ୍କୁ ଏକା ସହିତ ବିବାହ କରିବା ଘଟଣା ଚର୍ଚ୍ଚାର ପରିସର କୁ ଆସିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜଣକ କଥା ହେଉଛି ଯେ ଜଣେ ଯୁବକଙ୍କ ସହ ଏହି ଦୁଇ ଯୁବତୀ ଏକାଠି ରହିବାରେ କୌଣସି ଅସୁବିଧା ନାହିଁ ବୋଲି ସେମାନେ କହିଥିଲେ।

ସମ୍ପୂର୍ଣ୍ଣ ଘଟଣା ମୁତାବକ ତେଲେଙ୍ଗାନା ଘନପୁର ଗ୍ରାମର ଅର୍ଜୁନ ନାମକ ଏହି ଯୁବକ ଏକାସହିତ ଦୁଇ ଯୁବତୀଙ୍କୁ ଭଲ ପାଉଥିଲେ। ଅର୍ଜୁନ ପଢ଼ୁଥିବା ଡିଗ୍ରୀ କଲେଜରେ ଉଷାରାଣୀ ଓ ସୁରେଖା ନାମକ ଏହି ଯୁବତୀ ଦ୍ବୟ ମଧ୍ୟ ପାଠ ପଢୁଥିଲେ। ସେହିଠାରେ ହିଁ ସେମାନଙ୍କର ଦେଖା ହୋଇଥିଲା। ପରେ ମିଳାମିଶା କରିବା ସହ ଅର୍ଜୁନ ଉଭୟ ଉଷାରାଣୀ ଓ ସୁରେଖାଙ୍କ ପ୍ରେମରେ ପଡିଯାଇଥିଲେ।

ଏପରିକି ଅର୍ଜୁନଙ୍କର ଏହି ଦୁଇ ଯୁବତୀଙ୍କ ସହ ପ୍ରାୟ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଥିବା କୁହାଯାଉଛି। ତେବେ ଆଦିବାସୀ ସମ୍ପ୍ରଦାୟରେ ବହୁବିବାହ କୁ ଅନୁମତି ଦିଆଯାଇଥିବାରୁ ଅର୍ଜୁନଙ୍କ ଘରେ ଏହି ବାହାଘରକୁ ନେଇ ସମସ୍ତେ ରାଜି ହୋଇଯାଇଥିଲେ। ତେବେ ଅର୍ଜୁନଙ୍କର ଉଷାରାଣୀ ଓ ସୁରେଖାଙ୍କ ସହିତ ହୋଇଥିବା ଏହି ବହୁବିବାହର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।