ଅଜବ ଘଟଣା: ବିବାହର ଦୁଇ ବର୍ଷ ପରେ ଏହି କାରଣରୁ ସ୍ୱାମୀ ନିଜ ସ୍ତ୍ରୀର ବିବାହ ପ୍ରେମିକ ସହିତ କରାଇଲେ

 
Marriage

ପ୍ରେମ ପାଇଁ ଲୋକେ ବଳିଦାନ ଦେଉଥିବା କଥା ସିନେମାରେ ତ ଆପଣ ନିଶ୍ଚିତ ଦେଖିଥିବେ। କିନ୍ତୁ, ବିହାରର ଜମୁଇଠାରେ ନିଃସ୍ୱାର୍ଥପର ପ୍ରେମର ଏକ ଜ୍ୱଳନ୍ତ ଉଧାହରଣ ଦେଖିବାକୁ ମିଳିଛି। ଏଠାରେ ଜଣେ ବିବାହିତ ବ୍ୟକ୍ତି ନିଜ ସ୍ତ୍ରୀର ତା ପ୍ରେମିକ ସହିତ ବିବାହ କରାଇ ଦେଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

Marriage

ଘଟଣା ମୁତାବକ ଜମୁଇ ସୋନୋ ପୋଲିସ ଷ୍ଟେସନ ଅନ୍ତର୍ଗତ ବଲଥର ଗାଁର ବାସିନ୍ଦା ବିକାଶ କୁମାରଙ୍କର ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ପରେ ସେ ଦୁଇ ବର୍ଷ ପୂର୍ବେ ଶିବାନୀ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ପରେ ବିକାଶ ସ୍ତ୍ରୀଙ୍କୁ ନେଇ ବାଙ୍ଗାଲୋର ଚାଲି ଆସିଥିଲେ। ଏହାରି ଭିତରେ କିଛି ଦିନ ଗଡ଼ି ଯାଇଥିଲା। ତେବେ, ଦିନେ ବିକାଶ ଶିବାନୀଙ୍କ ବ୍ୟାଗରେ ସଚିନ ନାମକ ଜଣେ ଯୁବକଙ୍କ ଫୋଟୋ ଦେଖିଥିଲେ।

Bikash

ଅଜବ ଘଟଣା: ବିବାହର ଦୁଇ ବର୍ଷ ପରେ ଏହି କାରଣରୁ ସ୍ୱାମୀ ନିଜ ସ୍ତ୍ରୀର ବିବାହ ପ୍ରେମିକ ସହିତ କରାଇଲେଏପଟେ ଶିବାନୀଙ୍କ ପ୍ରେମିକ ସଚିନ ତାଙ୍କୁ ଖୋଜି ଖୋଜି ବାଙ୍ଗାଲୋର ପଳାଇ ଆସିଥିଲେ। ସେ ଏଠାକୁ ଆସିବା ପରେ କାମ ଥିବା ବାହାନାରେ ଶିବାନୀଙ୍କୁ ଦେଖା କରିବାକୁ ଲାଗିଥିଲେ ଯାହାକୁ ବିକାଶ ବିରୋଧ କରିଥିଲେ। କିନ୍ତୁ, ଶିବାନୀ ସ୍ୱାମୀର କଥାକୁ ଭୂକ୍ଷେପ ନ କରି ପ୍ରେମିକକୁ ଦେଖା କରିବା ଜାରି ରଖିଥିଲେ। ଶେଷରେ ସ୍ତ୍ରୀର ଜିଦ୍‌ ଦେଖି ତାଙ୍କୁ ପ୍ରେମିକ ସଚିନଙ୍କ ସହ ବିବାହ କରାଇବା ପାଇଁ ମନସ୍ଥ କରିଥିଲେ ବିକାଶ। ଶେଷରେ ବିକାଶ ସଚିନଙ୍କ ସହିତ ଶିବାନୀଙ୍କର ବିବାହ କରାଇ ଦେଇଥିଲେ। ତେବେ, ତାଙ୍କର ଏପରି କାମ ପାଇଁ କିଛି ଲୋକେ ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକେ ତାଙ୍କୁ ନିର୍ବୋଧ ବୋଲି କହୁଛନ୍ତି।