ପରିବାର ଅଶାନ୍ତି ନା ଅଫିସ୍ ଚାପ? ବ୍ରିଜ୍ ଉପରେ ଗାଡ଼ି ରଖି ପାଣିକୁ ଡେଇଁ ପଡ଼ିଲେ ଯୁବକ, ଆତ୍ମହତ୍ୟାର କାରଣ? ଦେଖନ୍ତୁ ଭିଡ଼ିଓ

 
Deipadile jubaka

ନଦୀ ଭିତରୁ ଏକ ହାତୀକୁ ଉଦ୍ଧାର କରିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଥିଲା ଓଡ୍ରାଫ୍ ବୋଟ୍ ଯେଉଁଥିରେ ଦୁଇ ଜଣଙ୍କର ଜୀବନ ମଧ୍ୟ ଚାଲି ଯାଇଥିଲା। ଏହି ଘଟଣା ମନରୁ ନ ଲିଭୁଣୁ ଏବେ କଟକ ମୁଣ୍ଡୁଳି ବ୍ୟରେଜ ପାଖରେ ଘଟିଯାଇଛି ଆଉ ଏକ ଦୁର୍ଘଟଣା। ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ମୁଣ୍ଡୁଳୀ ବ୍ୟରେଜ ଉପରେ ପାଣିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। 

Suicide

ମିଳିଥିବା ସୂଚନା ଅନୁଯାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ନାମ ଚନ୍ଦ୍ରମଣି ତ୍ରିପାଠୀ ହୋଇଥିବା ବେଳେ ସେ ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳର ବସିନ୍ଧା। ଭୁବନେଶ୍ୱରରେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ନିଜ ପରିବାର ସହ ସିଆରପି ଛକରେ ରହୁଥିବା ଜଣାପଡିଛି। ଚନ୍ଦ୍ରମଣି ପାଣିକୁ ଡେଉଁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ବଞ୍ଚିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇନଥିଲେ। ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ ପହଞ୍ଚିଥିଲେ ହେଁ ଚନ୍ଦ୍ରମଣୀଙ୍କ ପତ୍ତା ମିଳିପାରିନାହିଁ।

ଘରୁ ବାହାରିବା ସମୟରେ ନିଜ ପୁଅ ପାଇଁ ଖାଇବାକୁ ଆଣିବାକୁ ଯାଉଛି ବୋଲି କହି ଆସିଥିଲେ ଚନ୍ଦ୍ରମଣି। କିନ୍ତୁ, ହଠାତ ଏପରି କଣ ଯେ ସେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଲେ ସେଥିନେଇ ବଡ଼ ପ୍ରଶ୍ନ ଉଠିଛି। ଚନ୍ଦ୍ରମଣିଙ୍କ ଭାଉଜଙ୍କ କହିବା ଅନୁଯାଇ ସେ ତାଙ୍କ ସ୍ତ୍ରୀ ଓ ପୁଅକୁ ବହୁତ ଭଲ ପାଉଥିଲେ, ସେମାନଙ୍କ ଭିତରେ କୌଣସି ପାରିବାରିକ କଳହ ନଥିଲେ ହେଁ ଅଫିସ୍ କାମକୁ ନେଇ ଚନ୍ଦ୍ରମଣି ଚିନ୍ତିତ ରହୁଥିଲେ। ତେବେ, ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଖୁବଶୀଘ୍ର ଚନ୍ଦ୍ରମଣିଙ୍କ ଆତ୍ମହତ୍ୟାର କାରଣ ଜଣାପଡିବ ବୋଲି ଆଶା କରାଯାଉଛି।