ଦେଖନ୍ତୁ ଭିଡ଼ିଓ: ବିବାହିତା ମହିଳାଙ୍କ ଠାରୁ ଧୋକା ଖାଇବା ପରେ କଲେ ଆତ୍ମହତ୍ୟା ଉଦ୍ୟମ, ଶୁଣନ୍ତୁ କଣ କହୁଛନ୍ତି ସେ...

 
Suicide attempt

ବିବାହିତା ମହିଳାଙ୍କୁ ପ୍ରେମ କରି ଘର ସଂସାର କରିବାର ସ୍ୱପ୍ନ ଦେଖିଥିଲେ। ଏପରିକି ମହିଳା ଜଣକ ମଧ୍ୟ ତାଙ୍କୁ ଏତେ ଭଲ ପାଉଥିଲେ ଯେ ସ୍ୱାମୀକୁ ଛାଡ଼ପତ୍ର ଦେବା ସହ ଦୁଇ ଦୁଇଟି ସନ୍ତାନକୁ ଛାଡ଼ି ଚାଲି ଆସିଥିଲେ। କିନ୍ତୁ, ପ୍ରେମିକ ସହ ଆସିବାର ମାସେ ହୋଇନି ଭାଙ୍ଗିଗଲା ସବୁ ସ୍ୱପ୍ନ ପୁଣି ବାପଘରକୁ ଫେରିଗଲେ ଉକ୍ତ ମହିଳା। ଏପରି ପରିସ୍ଥିତିରେ ପ୍ରତାରଣା ପାଇଥିବା ପ୍ରେମିକ ଜଣକ ଆତ୍ମହତ୍ୟା କରୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି।

Suicide attempt

ଯୁବକ ଜଣକ ଏକ ବସ୍ ଯୋଗେ ସୋନପୁର ରୁ ଆସି କାଠଯୋଡ଼ି ବ୍ରିଜ୍ ଉପରେ ପହଞ୍ଚିଥିଲେ। ସେଠାରୁ ତଳକୁ ଡେଇଁ ସେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଜଣେ ସହୃଦୟ ଯୁବକ ତାଙ୍କୁ ଉଦ୍ଧାର କରି ପୋଲିସର ଜିମା ଦେଇଛନ୍ତି। ଉଦ୍ଧାର ପାଇଥିବା ବ୍ୟକ୍ତିଙ୍କ ଘର କଣ୍ଟାପଡା ବାଘୁଆ ଅଞ୍ଚଳରେ ହୋଇଥିବା ବେଳେ ସେ ସୋନପୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।

ମହିଳା ଜଣକ ମଧ୍ୟ ସେଠାରେ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରେମରେ ଅନ୍ଧ ହୋଇ ବିବାହିତା ମହିଳା ଜଣକ ସ୍ୱାମୀ ଓ ଦୁଇ ସନ୍ତାନକୁ ଛାଡ଼ି ପ୍ରେମିକ ସହ ପଳାଇ ଆସିଥିଲେ।

ଉଭୟେ ଏକ ମାସ ଯାଏଁ ସାଥି ହୋଇ ରହିବା ପରେ ମହିଳା ଜଣକ ବାପା ଭାଇଙ୍କୁ ଦେଖା କରିବାକୁ ଘରକୁ ଯିବେ ବୋଲି କହିଥିଲେ। ଏଥିରେ ପ୍ରେମିକ ରାଜି ହେବାପରେ ମହିଳା ଜଣକ ନିଜ ବାପ ଘରକୁ ଆସିଥିଲେ ହେଁ ଆଉ ଫେରିନଥିଲେ। ଯୁବକ ଜଣକ ପଚାରିବାରୁ ତାଙ୍କର ତାଙ୍କ ପିଲା ଛୁଆଙ୍କ କଥା ମାନେପଡୁଛି ସେଥିପାଇଁ ସେ ଆଉ ଫେରିବେନାହିଁ ବୋଲି ମହିଳା ଜଣକ କହିଥିଲେ।

ପ୍ରେମିକା ଠାରୁ ଏଭଳି ଭାବରେ ପ୍ରତାରଣା ପାଇବା ପରେ ଯୁବକ ଜଣକ ଆତ୍ମହତ୍ୟା ଉଧ୍ୟମ କରିଥିବା କୁହାଯାଉଛି। ବର୍ତ୍ତମାନ ଯୁବକଙ୍କୁ ଉଦ୍ଧାର କରାଯାଇ ପୋଲିସ ହେପାଜତରେ ରଖାଯାଇଛି।