ସରକାରୀ ଅଧିକାରୀଙ୍କ ଅଜବ ଦାବି, ‘ମୁଁ ବିଷ୍ଣୁଙ୍କ ଦଶମ ଅବତାର, ୧୬ଲକ୍ଷ ଟଙ୍କା ଦରମା ନ ଦେଲେ ଅଭିଶାପ ଦେବି, ଜାଣନ୍ତୁ ପୂରା ଘଟଣା

 
Ramesh chandra fefar

'ମୁଁ ବିଷ୍ଣୁଙ୍କର ଦଶମ ଅବତାର, ମୋତେ ୧୬ ଲକ୍ଷ ଟଙ୍କା ନ ଦେଲେ ଅଭିଶାପ ଦେବି', ଏହା କୌଣସି ସିନେମାର ସଂଳାପ ନୁହେଁ ବରଂ ଗୁଜୁରାଟର ଜଣେ ଉପରିସ୍ଥ ଅଧିକାରୀଙ୍କ ଦ୍ଵାରା କରାଯାଇଥିବା ଦାବି। ଉକ୍ତ ବ୍ୟକ୍ତିଙ୍କ ନାମ ରମେଶ ଚନ୍ଦ୍ର ଫେଫର ହୋଇଥିବା ବେଳେ ସେ ସରଦାର ସରୋବର ପୁନର୍ବାସ ଏଜେନ୍ସିରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରନ୍ତି। 

ମିଳିଥିବା ସୂଚନା ଅନୁଯାଇ ଫେଫର ଗତ ୮ ମାସ ମଧ୍ୟରେ ବଦୋଦରା ସ୍ଥିତ ନିଜ ଅଫିସକୁ ମାତ୍ର ୧୬ ଦିନ ହିଁ ଯାଇଛନ୍ତି। ତେଣୁ ଏତେ ଦିନ ହେବ ଅନୁପସ୍ଥିତ ରହିବାରୁ ତାଙ୍କ ପାଖକୁ ଏକ କାରଣ ଦର୍ଶଆ ନୋଟିସ୍ ପଠା ଯାଇଥିଲା। ଏହି ନୋଟିସର ଉତ୍ତରରେ ଫେଫର କହିଛନ୍ତି ଯେ, ସେ ହେଉଛନ୍ତି ବିଷ୍ଣୁଙ୍କର ଦଶମ ଅବତାର ଏବଂ ଅଫିସକୁ ନ ଯାଇ ସେ ଘରେ ବିଶ୍ୱର କଲ୍ୟାଣ ପାଇଁ ତପସ୍ୟା କରୁଛନ୍ତି। ଏପରିକି ତାଙ୍କ ତପସ୍ୟା ଯୋଗୁ ହିଁ ଗତ ୧୮ ବର୍ଷ ହେବ ଭାରତରେ ଭଲ ବର୍ଷା ହେଉଛି ବୋଲି ସେ ଦାବି କରିଛନ୍ତି।

ଏହିସହିତ ସେ ଅଫିସ୍ କୁ ଆଉ ଯାଇପାରିବେନି ଏବଂ ଘରେ ବସି ତପସ୍ୟା ମାଧ୍ୟମରେ ବିଶ୍ୱ ବିନାଶର କାରଣ ବଦଳାଇବାକୁ ଚେଷ୍ଟା କରିବେ ବୋଲି ଏହି ଚିଠି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ ତାଙ୍କ ପାରିଶ୍ରମିକ ବାବଦକୁ ସରକାର ଯଦି ତାଙ୍କୁ ୧୬ ଲକ୍ଷ ଟଙ୍କା ନ ଦିଅନ୍ତି ତେବେ ସେ ଅଭିଶାପ ଦେବେ ବୋଲି ଧମକ ଦେଇଛନ୍ତି।

ଭାରତରେ ବଢୁଥିବା କରୋନା ସଂକ୍ରମଣ ପାଇଁ ସେ ହିଁ ଦାୟୀ ଏବଂ ଏଥିରୁ ରକ୍ଷା ପାଇବାକୁ ହେଲେ ହଜାରେ ଥର ସୀତାରାମ ମନ୍ତ୍ର ଜପ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ବିଷୟରେ ଗଣମାଧ୍ୟମ ତାଙ୍କ ଘରକୁ ଯାଇ ପ୍ରତିକ୍ରିୟା ନେଇଥିଲା ଯେଉଁଥିରେ ସେ କହିଥିଲେ ଯେ,"ଆପଣ ବିଶ୍ୱାସ କରିବେନି। କିନ୍ତୁ ମୁଁ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ଏବଂ ଆଗାମୀ ଦିନରେ ମୁଁ ଏହା ପ୍ରମାଣ କରିବି। ୨୦୧୦ ମାର୍ଚ୍ଚରେ ମୁଁ ଅଫିସରେ ଥିବାବେଳେ ମୋତେ ଅନୁଭୂତ ହେଲା ଯେ ମୁଁ କଳ୍କୀ ଅବତାର। ସେବେଠାରୁ ମୋ ପାଖରେ ଦିବ୍ୟ ଶକ୍ତି ଅଛି"। ଫେଫରଙ୍କର ଏହିଭଳି ବୟାନ ଏବଂ ଚିଠି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।