ଦେଖନ୍ତୁ ଭିଡ଼ିଓ: ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବକ! ଶୋଇଥିବା କମ୍ବଳ ମଧ୍ୟରୁ ବାହାରିଲା ବିଷଧର ନାଗ ସାପ…..

 
Snake

ସାପକୁ ଦେଖିଲେ କାହାକୁ ଅବା ଡର ଲାଗିନଥାଏ। କିନ୍ତୁ, ଭାବିଲେ ଯଦି ସେହି ବିଷାକ୍ତ ସାପଟିଏ ଆପଣ ଶୋଇଥିବା କମ୍ବଳ ଭିତରେ ପଶିଯାଏ ତେବେ କ'ଣ ହେବ। ଏକଥା ଭାବିଲା ବେଳକୁ ଡର ଲାଗୁଥିବ ନିଶ୍ଚିତ। କିନ୍ତୁ, ମଧ୍ୟପ୍ରଦେଶର ଜଣେ ଯୁବକଙ୍କ ସହିତ ଏହିପରି ହିଁ କିଛି ଘଟଣା ଘଟିଯାଇଛି। ଏହି ଘଟଣାର ଭିଡ଼ିଓ ବର୍ତ୍ତମାନ ଗଣମାଧ୍ୟମରେ ଭାଇରାଲ ହେଉଛି।

Snake

 ମିଳିଥିବା ସୂଚନା ଅନୁଯାଇ ମଧ୍ୟପ୍ରଦେଶ ସିରୋଞ୍ଜା ଗାଁର ପେଟ୍ରୋଲ ପମ୍ପ ନିକଟରେ ଗୋବିନ୍ଦ ପ୍ରଜାପତିଙ୍କ ଘର। ଘଟଣା ଦିନ ଗୋବିନ୍ଦ ନିଜ ଘରକୁ ଫେରି ଶୋଇଥିଲେ। ତେବେ, କମ୍ବଳ ଭିତରେ କିଛି ଅଜବ ବସ୍ତୁ ରହିଥିବା ସେ ଅନୁଭବ କରି ପାରିଥିଲେ। ରୁମର ଲାଇଟ ଅନ୍ କରିବା ବେଳକୁ କମ୍ବଳ ଭିତରେ ୬ ଫୁଟ ଲମ୍ବର ଏକ ନାଗ ସାପ ରହିଥିବା ଦେଖିବାକୁ ପାଇଥିଲେ।ଗୋବିନ୍ଦ ଏବଂ ତାଙ୍କ ପରିବାରବର୍ଗ ସେହି ରୁମର କବାଟ ବନ୍ଦ କରିଦେଇ ସାପ ଧରାଳିଙ୍କୁ ସମ୍ପର୍କ କରିଥିଲେ। ପରଦିନ ସକାଳୁ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଦ୍ଧାରକାରୀ ଆକିଲ ବାବା କଠିନ ପରିଶ୍ରମ ପରେ ସାପକୁ ନିୟନ୍ତ୍ରଣ କରି ଏହାକୁ ଏକ ପ୍ଲାଷ୍ଟିକ ଡବାରେ ବନ୍ଦ କରି ଦେଇଥିଲେ। ତେବେ, ଏହି ଘଟଣା ସମ୍ପର୍କରେ ପଚରାଯିବାରୁ ସେ ମୃତ୍ୟୁ ସହିତ ଶୋଇଥିବା ନେଇ ଅନୁଭବ କରିଥିବା ଗୋବିନ୍ଦ କହିଛନ୍ତି।