ଅଦ୍ଭୁତ ଘଟଣା: "Amazon" ରୁ ଗୋବର ଘଷି କିଣି କେକ୍ ଭାବି ଖାଇଦେଲେ ଏହି ବ୍ୟକ୍ତି, ଖାଇବା ପରେ ରିଭିଉ ଦେଇ କହିଲେ, ଛି ...

 
cow dung cake

ବିଭିନ୍ନ ପ୍ରକାର ଜିନିଷ କିଣିବା ପାଇଁ ଲୋକେ ବର୍ତ୍ତମାନ ଇ-କମର୍ସ ୱେବସାଇଟର ବ୍ୟବହାର କରୁଛନ୍ତି। ସେଥିମଧ୍ୟରୁ "ଆମାଜନ" (Amazon) ୱେବସାଇଟ ବହୁତ ଲୋକପ୍ରିୟ ଅଟେ। ତେବେ ବିବିଧ ପ୍ରକାରର ଜିନିଷ ସହିତ ଏଠାରେ ଗାଈ ଗୋବରରୁ ପ୍ରସ୍ତୁତ ଘଷି ମଧ୍ୟ ବିକ୍ରି ହେଉଛି। କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ ଅଟେ।

ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ଜଣେ ବ୍ୟକ୍ତି ଏହି ଶୁଖିଲା ଗୋବର ଘଷିକୁ କେକ୍ ଭାବି କିଣିନେଇ ଖାଇଥିଲେ ଏବଂ ଏହା ଉପରେ ନିଜର ମନ୍ତବ୍ୟ ମଧ୍ୟ ଲେଖିଥିଲେ। ସେ ଲେଖିଥିଲେ ଯେ," ଏହି କେକଟିର ସ୍ୱାଦ ଅତ୍ୟନ୍ତ ଖରାପ ଲାଗିଥିଲା।

ଏହା ସମ୍ପୂର୍ଣ୍ଣ ଭାବରେ ଘାସ ଓ କାଦୁଅରେ ତିଆରି ହେବାପରି ଲାଗୁଥିଲା। ଏହାକୁ ଖାଇବା ପରେ ମୋ ପେଟ ଖରାପ ହୋଇଯାଇଥିଲା। ଦୟାକରି ଏହି ଖାଇବାର ଗୁଣବତ୍ତା ଉପରେ ଧ୍ୟାନ ଦିଅନ୍ତୁ"। ତେବେ ଆମାଜନରେ ହୋଇଥିବା ଏହି କମେଣ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।