ଦେଖନ୍ତୁ ଭିଡ଼ିଓ: ଏମିତି ବି ଆସେ ମୃତ୍ୟୁ! ଖବରକାଗଜ ପଢୁ ପଢୁ ଟଳି ପଡ଼ିଲେ ଏହି ବ୍ୟକ୍ତି….

 
Death

କାହାପାଇଁ ମୃତ୍ୟୁ କେତେବେଳେ ଓ କେଉଁ ସମୟରେ ଆସିଯିବ ତାହା କେହି ଆକଳନ କରି ପାରିବେନାହିଁ। ଏହିପରି ଏକ ଘଟଣା ଦିଲୀପ କୁମାର ନାମକ ଜଣେ ବ୍ୟକ୍ତିଙ୍କ ସହିତ ଘଟିଛି। ଦିଲୀପ ଖବର କାଗଜ ପଢ଼ୁଥିବା ବେଳେ ତାଙ୍କର ଜୀବନ ଦୀପ ଲିଭି ଯାଇଛି। ଏହି ଘଟଣାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

Death

ଭାଇରାଲ ହେଉଥିବା ଭିଡ଼ିଓରେ ଦିଲୀପ ରାଜସ୍ଥାନର ବାଡ଼ମେରରେ ଥିବା ଏକ ଡେଣ୍ଟାଲ କ୍ଲିନିକକୁ ଯାଇଥିବା ଦେଖିବାକୁ ମିଳୁଛି। ସେଠାରେ ଭିଡ଼ ଥିବାରୁ ସେ ୱେଟିଂ ହଲରେ ଖବର କାଗଜ ପଢୁଛନ୍ତି। ତେବେ, ଠିକ୍ ସେହି ସମୟରେ ହିଁ ତାଙ୍କୁ ହୃଦଘାତ ଆସୁଛି ଏବଂ ସେ ଟଳି ପଡୁଛନ୍ତି। ମିଳିଥିବା ସୂଚନା ଅନୁଯାଇ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।


ଦିଲୀପଙ୍କ ଭାଇଙ୍କ କହିବା ଅନୁଯାଇ ସେ ଜଣେ କପଡା ବ୍ୟବସାୟୀ ଥିଲେ ଏବଂ କୌଣସି କାର୍ଯ୍ୟ ବଶତଃ ବାଡ଼ମେର ଆସିଥିଲେ। ତେବେ, ଆସିବା ପୂର୍ବରୁ ସେ ସୁସ୍ଥ ଥିଲେ ହେଁ ପୂର୍ବରୁ ତାଙ୍କୁ ଏକ ମାଇଲ୍ଡ ହାର୍ଟ ଆଟାକ୍ ଆସିଥିଲା। ଅନ୍ୟପକ୍ଷରେ କୋଭିଡରୁ ସୁସ୍ଥ ହୋଇଥିବା ଲୋକଙ୍କ ଠାରେ ଏପରି ହାର୍ଟ ଆଟାକ୍ କେସ୍ ବଢୁଥିବା ଲକ୍ଷ କରାଯାଉଛି।