ଚତୁର୍ଥୀ ରାତିରେ ବରକୁ ଆସିଲା ଜ୍ୱର, କିଛି କରିବା ପୂର୍ବରୁ କନ୍ୟା ମୁଣ୍ଡରୁ ଲିଭିଗଲା ସିନ୍ଦୂର, ପୂରା ଘଟଣା ଜାଣି ହେବେ ଦୁଃଖିତ

 
ଚତୁର୍ଥୀ ରାତିରେ ବରକୁ ଆସିଲା ଜ୍ୱର, କିଛି କରିବା ପୂର୍ବରୁ କନ୍ୟା ମୁଣ୍ଡରୁ ଲିଭିଗଲା ସିନ୍ଦୂର, ପୂରା ଘଟଣା ଜାଣି ହେବେ ଦୁଃଖିତ

ବର୍ତ୍ତମାନ ସାରା ଦେଶ କରୋନା ର ଦୂତୀୟ ଲହର ଦ୍ୱାରା ବେସ୍ ପ୍ରଭାବିତ ହେଉଥିବା ବେଳେ, ପ୍ରଥମ ଲହର ଅପେକ୍ଷା ଏହାର ମୃତ୍ୟୁହାର ବହୁତ ଅଧିକ କରିଛି। ପ୍ରତିଦିନ କିଛି ନା କିଛି କରୋନା ମୃତ୍ୟୁ କୁ ନେଇ ଦୁଃଖଦ ଘଟଣା ଆମ ସାମ୍ନା କୁ ଆସୁଛି। ତେବେ ଏହିପରି ଏକ ହୃଦୟଥରା ଘଟଣା ଆସିଛି ଉତ୍ତରପ୍ରଦେଶର ବିଜନୋର୍ ଅଞ୍ଚଳରୁ ଯେଉଁଠାରେ ବିବାହ ର ମାତ୍ର ୭୨ ଘଣ୍ଟା ଭିତରେ କରୋନା ରେ ଚାଲିଯାଇଛି ବର ର ଜୀବନ।

ତେବେ ଏହି ଘଟଣା ମୁତାବକ ଉତ୍ତରପ୍ରଦେଶର ବିଜନୋର୍ ଅଞ୍ଚଳରେ ରହୁଥିବା ଅର୍ଜୁନଙ୍କର ଗତ ଏପ୍ରିଲ ୨୫ ତାରିଖରେ ନିକଟସ୍ଥ ଚାନ୍ଦପୁରର ବବଲିଙ୍କ ସହ ବିବାହ ହୋଇଥିଲା। ସବୁକିଛି ଠିକ ଠାକ ଥିବା ବେଳେ ସେହିଦିନ ଥିଲା ଉଭୟଙ୍କ ଚଉଠି ରାତି। ହଠାତ ରାତିରେ ଅର୍ଜୁନଙ୍କର ଦେହ ବହୁତ ଖରାପ ହୋଇଯାଇଥିଲା ଏବଂ ପ୍ରବଳ ଜ୍ୱର ଆସି ଯାଇଥିଲା। ଏହା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ସରକାରୀ ଡାକ୍ତରଖାନା କୁ ନିଆ ଯାଇଥିଲା।

ସେଠାରେ ତାଙ୍କର କୋଭିଡ଼ ଟେଷ୍ଟ କରାଯାଇଥିବା ବେଳେ ସେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ କୋଭିଡ-୧୯ ୱାର୍ଡ କୁ ଅଣାଯାଇ ଚିକିତ୍ସା କରାଯାଇଥିଲେ ମଧ୍ୟ ୭୨ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ ଅର୍ଜୁନ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।