ଦେଖନ୍ତୁ ଭିଡ଼ିଓ: ହଠାତ୍ ଟ୍ରେନ ଉପରେ ଚଢ଼ିଗଲେ ଯୁବକ! ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ପୁରା ଶରୀର….

ଉତ୍ତରପ୍ରଦେଶର ବାହରାଇଚରେ ଠାରେ ଟ୍ରେନ ଉପରେ ଥିବା ବିଦ୍ୟୁତ ତାରର ସଂସ୍ପର୍ଶରେ ଆସି ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟ୍ରେନ୍ ଇଞ୍ଜିନ ଉପରେ ଚଢ଼ିବା ପରେ ଯୁବକ ଜଣକ ଏପରି କରିଥିବା ବେଳେ ଏହି ଭିଡ଼ିଓ ହଜ଼ାର ହଜ଼ାର ଲୋକଙ୍କ ହୃଦୟ ଥରାଇ ଦେଇଛି।
ମିଳିଥିବା ସୂଚନା ଅନୁଯାଇ ଘଟଣାସ୍ଥଳରେ ଟ୍ରେନଟି କିଛି ସମୟ ପାଇଁ ଅଟକି ଥିବା ବେଳେ ଯୁବକ ଜଣକ ଧୃତଗତିରେ ଏହାର ଇଞ୍ଜିନ ଉପରେ ଚଢ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ତଳକୁ ଓଲ୍ହାଇବା ପାଇଁ ବାରମ୍ବାର କହୁଥିବା ବେଳେ ସେ କାହାରି କଥା ଶୁଣିନଥିଲେ। ବରଂ କିଛି ସମୟ ପରେ ଯୁବକ ଜଣକ ସେଠାରେ ଯାଇଥିବା ହାଇ ଟେନ୍ସନ୍ ତାରକୁ ଛୁଇଁ ଦେଇଥିଲେ।
#बहराइच से गोरखपुर जा रही मुंबई एल टी टी एक्सप्रेस रेड सिग्नल पर रुकी ट्रेन के इंजन पर चढ़े युवक ने छुआ इलेक्ट्रिक हाई टेंशन वायर,
— Narendra Singh (@NarendraNeer007) April 5, 2023
धमाके के साथ बुरी तरह झुलसा.
हालत गंभीर होने पर बहराइच मेडिकल कालेज किया गया रेफर... pic.twitter.com/HrDOfzWbsw
ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ଶରୀର ସମ୍ପୂର୍ଣ୍ଣ ଜଳି ଯାଇଥିଲା। ମିଳିଥିବା ସୂଚନା ଅନୁଯାଇ ଘଟଣାସ୍ଥଳରେ ଏକ ଭୟଙ୍କର ବିସ୍ଫୋଟ ହୋଇଥିଲା। ସମ୍ପୃକ୍ତ ଯୁବକଙ୍କର ସମ୍ପୂର୍ଣ୍ଣ ଶରୀର ଜଳି ଯାଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଲଖ୍ନୌ ସ୍ଥାନାନ୍ତରିତ କରାଯାଇଥିଲା। ଯୁବକ ଜଣକ ଏପରି କାହିଁକି କରିଲେ ସେଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।