ଦେଖନ୍ତୁ ଭିଡ଼ିଓ: ଝିଅଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା, ଲାତ ଗୋଇଠା ରେ ଅଭିଯୁକ୍ତଙ୍କୁ ବହେ ଛେଚିଲେ

 
Comment

କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା। ଏସିଡ୍ ଫିଙ୍ଗିବାକୁ ଧମକ ଦେଇ କେଲେଜ ପରିସରରେ ଛେଚା ଖାଇଛନ୍ତି ଏହି ଯୁବକ। ସବୁଠାରୁ ବଡ଼ କଥା ହେଉଛି ଯୁବକ ଜଣକ ଜଣେ ଅଣଛାତ୍ର ହୋଇଥିବା ବେଳେ ତାଙ୍କୁ ମାଡ଼ ମାରିଥିବା ଯୁବକମାନେ ମଧ୍ୟ ଅଣଛାତ୍ର ବୋଲି ଜଣାପଡିଛି।

Beaten

ମିଳିଥିବା ସୂଚନା ଅନୁଯାଇ ପୁରୀ ଜିଲ୍ଲା ଗୋପ କଲେଜରେ ପଢ଼ୁଥିବା ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅଭିଯୁକ୍ତ ଜଣକ ଦୀର୍ଘଦିନ ହେବ କମେଣ୍ଟ ମାରିବା ସହ ହଇରାଣ ହରକତ କରି ଆସୁଥିଲେ। କିନ୍ତୁ, କିଛିଦିନ ତଳେ ତାଙ୍କୁ ବିବାହ ନ କରିଲେ ସେ ଏସିଡ୍ ଫିଙ୍ଗିଦେବେ ବୋଲି ଯୁବକ ଜଣକ ଧମକ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ପ୍ରଚାର ହେବାପରେ ଅନ୍ୟ କିଛି ଅଣଛାତ୍ର ଅଭିଯୁକ୍ତକୁ ପ୍ରବଳ ପିଟିଥିଲେ।

ଭାଇରାଲ ହେଉଥିବା ଭିଡ଼ିଓରେ ସେମାନେ ଯୁବକଙ୍କୁ କଲେଜ ପରିସରରେ ପିଟୁଥିବାର ଦେଖିବାକୁ ମିଳିଥିଲା। ଏପରିକି ଅଭିଯୁକ୍ତ ଜଣକ ପରିସ୍ରା ଯିବାପାଇଁ ମିନତୀ କରୁଥିଲେ ହେଁ ତାଙ୍କୁ ଏମାନେ ଛାଡ଼ିନଥିଲେ। ଅନ୍ୟପକ୍ଷରେ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତଙ୍କ ଠାରୁ ଏକ ଅଣ୍ଡରଟେକିଙ୍ଗ୍‌ ରଖିଛନ୍ତି। ଏଥିସହିତ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଇ ଦେଇଛନ୍ତି।