ଦେଖନ୍ତୁ ଭିଡ଼ିଓ: କମେଣ୍ଟ ମାରିବା ପଡ଼ିଲା ମହଙ୍ଗା! ଯୁବତୀଙ୍କ ଠାରୁ ନିର୍ଧୁମ ଛେଚା ଖାଇଲେ ଯୁବକ….

 
Beaten

ମହଙ୍ଗା ପଡ଼ିଲା କମେଣ୍ଟ ମରା, ଯୁବକଙ୍କୁ ରାସ୍ତା କଡ଼କୁ ଟାଣି ଆଣି ନିର୍ଧୁମ ଛେଚିଲେ ଯୁବତୀ। ଏଭଳି ଏକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାଇ ନିମାପଡା ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଯାଇଛି। ଯାହାର ଭିଡ଼ିଓ ମୋବାଇଲ ରୁ ମୋବାଇଲ ଘୁରିବାରେ ଲାଗିଛି।

ନିମାପଡ଼ା ଅଞ୍ଚଳରେ ବରଯାତ୍ରୀ ଯାଉଥିବା ବେଳେ ଯୁବକ ଜଣକ କୁଆଡେ ସେଥିରେ ଯାଉଥିଲେ। ରାସ୍ତାରେ ଛିଡ଼ା ହୋଇଥିବା ଜଣେ ଯୁବତୀଙ୍କୁ ଦେଖି ସେ କମେଣ୍ଟ ମାରିଥିଲେ। ଯାହାକୁ ଶୁଣି ସମ୍ପୃକ୍ତ ଯୁବତୀଙ୍କ ମୁଣ୍ଡକୁ ପିତ୍ତ ଚଢିଯାଇଥିଲା। ଉତକ୍ଷିପ୍ତ ହୋଇ ସେ ଯୁବକଙ୍କ କଲର ଧରି ରାସ୍ତା କଡ଼କୁ ଘୋଷାଡ଼ି ଆଣିଥିଲେ। କେବଳ ଯେ ସେତିକି ତାହା ନୁହେଁ,"ଯାହାକୁ ମନେ ତାକୁ କମେଣ୍ଟ ମାରିବୁ, ମୁଁ ପୁରୀ ଝିଅ ତୋ ଆଖି ତାଡ଼ି ଆଣିବି"। ଏତିକି କହି ଯୁବକଙ୍କୁ ନିର୍ଧୁମ ଛେଚିଥିଲେ ଏହି ଯୁବତୀ। ଚୁପଡା ସହିତ ମୁଣ୍ଡ ନୁଆଇଁ ସେକିଦେଇ ଯାଇଥିଲେ। ଭାଇରାଲ ହେଉଥିବା ଭିଡ଼ିଓରେ ଯୁବତୀଙ୍କ ଏଭଳି କାର୍ଯ୍ୟକୁ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି।