ମହଙ୍ଗା ଗ୍ୟାସ୍ ଦରରେ ଲମ୍ବା ଚଳାନ୍ତୁ ସିଲିଣ୍ଡରକୁ, ଏମିତି କରିଲେ ସରିବନି ଗ୍ୟାସ, ୨ ମାସରୁ ଅଧିକ ଚାଲିବ ଗୋଟିଏ ସିଲିଣ୍ଡର

 
Gas Saving
ବର୍ତ୍ତମାନ ସମୟରେ LPG ଦର ସମସ୍ତଙ୍କର ଚିନ୍ତାର କାରଣ ପାଲଟିଛି । ବଢୁଥିବା ଦରକୁ ଆଖି ଆଗରେ ରଖି ସମସ୍ତେ ଚାହାନ୍ତି ଗ୍ୟାସ୍ ର କମ୍ ବ୍ୟବହାର କରିବା ପାଇଁ । ହେଲେ ପରିବାରର ଆବଶ୍ୟକତା ଦୃଷ୍ଟିରୁ ଗ୍ୟାସ୍ ସିଲିଣ୍ଡର୍ ମାସେ ଯିବା ମଧ୍ୟ କଷ୍ଟକର ହୋଇ ଯାଇଥାଏ । ତେବେ ଆସନ୍ତୁ ଜାଣିବା ଆମର କେଉଁ ଭୁଲ୍ ପାଇଁ ଗ୍ୟାସ୍ ଏତେ କମ୍ ସମୟ ମଧ୍ୟରେ ସରିଯାଏ ।

E

ତେବେ ଜାଣନ୍ତୁ କିପରି ବଞ୍ଚାଇବା ଗ୍ୟାସ୍......

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଗ୍ୟାସ୍ ରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ପ୍ରେସର୍ କୁକର୍ କୁ ବ୍ୟବହାର କରନ୍ତୁ । ଏଥିରେ ଖାଦ୍ୟ କମ୍ ସମୟରେ ହୋଇଥାଏ ଓ ଗ୍ୟାସ୍ ବଞ୍ଚିଥାଏ । ସେହିପରି ଭାତ କରିବା ସମୟରେ ଅଧିକ ଗ୍ୟାସ୍ ଖର୍ଚ୍ଚ ହୋଇଥାଏ । ତେଣୁ କରି ଏଥିରୁ ବଞ୍ଚିତ ହେବା ପାଇଁ ଭାତ କୁକର ର ବ୍ୟବହାର କରନ୍ତୁ ।

Gas

ଗ୍ୟାସ୍ ଚୁଲାକୁ ସଫା ରଖନ୍ତୁ । ବିଶେଷ କରି ଶୀତ ଦିନେ ଗ୍ୟାସ୍ ଥଣ୍ଡା ପାଇଁ ବସି ଯାଇଥାଏ । ବେଳେ ବେଳେ ଗ୍ୟାସ୍ ଜାଳିବା ବେଳେ ଏହା ଜଳେନି । ଆପଣ ଏଥି ପାଇଁ ଗ୍ୟାସ୍ ଟାଙ୍କିକୁ ଗରମ ପାଣି ପାତ୍ରରେ କିଛି ସମୟ ପାଇଁ ରଖନ୍ତୁ । ଗ୍ୟାସ୍ କିଣିବା ସମୟରେ ବିଶେଷ କରି ଧ୍ୟାନ ଦିଅନ୍ତୁ ଏହାର ସିଲ୍ ଖୋଲା ନ ହୋଇଥିବା ଦରକାର ।