​​​କାହିଁକି ପ୍ରେମୀ ଯୁଗଳଙ୍କୁ ଶ୍ରୀମନ୍ଦିର ମନା, ବାହାଘର ପୂର୍ବରୁ ଗଲେ ଭାଙ୍ଗିଯାଏ ପ୍ରେମ ସମ୍ପର୍କ, ଜାଣନ୍ତୁ ଏହା ପଛର ରୋଚକ କଥା

 
Premi

କଣ ଆପଣ ଜାଣନ୍ତି କି ପ୍ରେମୀ ଯୁଗଳ ମିଶି ଯାଇ ପାରିବେ ନାହିଁ ଜଗନ୍ନାଥ ମନ୍ଦିର ! ଯଦି ଯାଆନ୍ତି ତେବେ ସେମାନଙ୍କ ପ୍ରେମ ସମ୍ପର୍କ ଧୀରେ ଧୀରେ ହ୍ରାସ ପାଇଥାଏ । ଆଜ୍ଞା ହଁ କଥାଟି ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ଏହା ସତ କାରଣ ଏହା ଆମେ କହୁ ନାହୁଁ ବରଂ ପୁରାଣରେ ଏଭଳି କଥା ରହିଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ପୁରାଣ ଅନୁସାରେ , ଯଦି କେହି ଅବିବାହିତା ପ୍ରେମୀ ଯୁଗଳ ମିଶି ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଆନ୍ତି ତେବେ ସେମାନଙ୍କର ପ୍ରେମ ସମ୍ପର୍କ ଭାଙ୍ଗି ଯାଇପାରେ । ଏହା ପଛରେ ଏକ ପୌରାଣିକ କଥା ମଧ୍ୟ ରହିଛି ।

Ay

ପୌରାଣିକ କଥା ଅନୁଯାୟୀ, ଏକଦା ମା ରାଧା ଜଗନ୍ନାଥଙ୍କ ଦର୍ଶନ ପାଇଁ ମନ୍ଦିର ଆସିଥିଲେ । ଆପଣ ତ ଜାଣିଥିବେ ଜଗନ୍ନାଥ ଏବଂ ଶ୍ରୀକୃଷ୍ଣଙ୍କ ନାମ ଅଲଗା ହେଲେ ମଧ୍ୟ ଦୁହେଁ ସମାନ । ଶ୍ରୀକୃଷ୍ଣଙ୍କ ପ୍ରେମିକା ରାଧା ହୋଇ ଥିବାରୁ ସେ ଜଗନ୍ନାଥଙ୍କ ଦର୍ଶନ ପାଇଁ ମନ୍ଦିର ଆସିଥିଲେ ।

କିନ୍ତୁ ସେହି ସମୟରେ ଏକ ପୂଜକ ତାଙ୍କୁ ଅଟକାଇ ଦେଇଥିଲେ । ଏବଂ କହିଥିଲେ ଆପଣ ହୁଏ ତ ଭଗବାନଙ୍କ ପ୍ରେମିକା ହୋଇ ପାରନ୍ତି କିନ୍ତୁ ତାଙ୍କ ପତ୍ନୀ ନୁହଁନ୍ତି । ତେଣୁ ମୁଁ ଆପଣଙ୍କୁ ଯିବାକୁ ଦେଇ ପାରିବି ନାହିଁ ।

ଯାହା ଫଳରେ ରାଧା ରାଗିଯାଇ ଅଭିଶାପ ଦେଇଥିଲେ । ତାଙ୍କ ଅଭିଶାପ ଥିଲା ଯଦି କେହି ଅବିବାହିତ ପ୍ରେମୀ ଯୁଗଳ କେବେ ବି ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସନ୍ତି ତେବେ ସେମାନଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବ । କିନ୍ତୁ ସମୟର ଅଗ୍ରଗତି ସହ ଧୀରେ ଧୀରେ ଏହି କଥା ଲୋପ ପାଇ ଗଲାଣି ବୋଲି କହିଲେ ହୁଏ ତ କିଛି ଭୂଲ ହୋଇ ନପାରେ ।