ରାମ ମନ୍ଦିରକୁ ଏହିସବୁ ଜିନିଷ ନେଇ ପସିବା ମନା, ନେଇକି ଗଲେ ହେବ ଜେଲ୍, ଜାଣନ୍ତୁ ପୁରା ଖବର

 
Ram mandir
ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସାଧାରଣ ଲୋକ ମାନଙ୍କୁ ମନ୍ଦିରକୁ ନ ଯାଇ ଘରେ ଉତ୍ସବ ପାଳିବାକୁ ପରାମର୍ଶ ଦେଇଛନ୍ତି ସରକାର । ପ୍ରତିଷ୍ଠା ଦିବସ ଅର୍ଥାତ୍ ଜାନୁୟାରୀ ୨୨ ତାରିଖ ଯିବା ପରେ ସର୍ବ ସାଧାରଣଙ୍କୁ ସଂପୂର୍ଣ୍ଣ ଅନୁମତି ଦିଆଯିବ ମନ୍ଦିର ଦର୍ଶନ ପାଇଁ । 

ର

ତେବେ ବହୁ ଲୋକଙ୍କର ବେଶ୍ ଆଗ୍ରହ ରହିଛି ରାମ ମନ୍ଦିରକୁ ଯଥା ଶୀଘ୍ର ଯାଇ ରାମଙ୍କ ଦର୍ଶନ କରିବା ପାଇଁ । ହୁଏ ତ ଏପରି ଭାବନା ଆପଣଙ୍କ ମନରେ ବି ରହିଥାଇ ପାରେ । ଯଦି ଆପଣ ବି ନିକଟ ଭବିଷ୍ୟତରେ ସମୟ ସୁବିଧା ଦେଖି ଅଯୋଧ୍ୟାର ରାମ ମନ୍ଦିର ବୁଲିଯିବା ପାଇଁ ଚାହୁଁଛନ୍ତି ତେବେ କେତେ ଗୁଡ଼ିଏ କଥାକୁ ନିଶ୍ଚିତ ଧ୍ୟାନରେ ରଖନ୍ତୁ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ରାମ ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ରାମ ମନ୍ଦିରରେ ପ୍ରବେଶ ନେଇ କେତେକ ନିୟମ ଲାଗୁ କରା ଯାଇଛି । ଏପରି କି ଏହି ନିୟମ ନ ମାନୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରା ଯିବାର ବ୍ୟବସ୍ଥା ରହିଛି । ତେବେ ଆସନ୍ତୁ ଜାଣିବା କଣ ସବୁ ଏହି ନିୟମ ।

Ram mandir

ରାମ ମନ୍ଦିରକୁ ପ୍ରବେଶ ସମୟରେ ଫୋନ୍ କୁ ସଂପୂର୍ଣ୍ଣ ନିଷେଧ କରା ଯାଇଛି । ଏପରିକି ଆପଣ ନିଜ ସହିତ କୌଣସି ବ୍ୟାଗ୍ କିମ୍ବା ପର୍ସ ବି ନେଇ ପାରିବେ ନାହିଁ । ଆପଣ ନିଜ ସହିତ କୌଣସି ଯନ୍ତ୍ର ଯେପରିକି ଗାଡ଼ିର ଚାବି ମଧ୍ୟ ନେଇ ପାରିବେ ନାହିଁ । ତେବେ ଟ୍ରଷ୍ଟ ତରଫରୁ ମନ୍ଦିରରେ ଡ୍ରେସ୍ କୋଡ ପାଇଁ କୌଣସି ନିୟମ ସ୍ପଷ୍ଟ ଭାବେ ଲାଗୁ ନ ହୋଇଥିଲେ ମଧ୍ୟ ଉଭୟ ପୁରୁଷ ଓ ନାରୀଙ୍କୁ ଶାଳୀନତାର ପୋଷାକ ପିନ୍ଧି ଯିବାକୁ ଅନୁରୋଧ କରା ଯାଇଛି ।