ଏହି ପର୍ଣ୍ଣଷ୍ଟାରଙ୍କୁ ଦେଖି ଜଣେ ଫ୍ୟାନ୍ ପାଗଳ ହୋଇ କାମୁଡ଼ି ଦେଲା, ବାଧ୍ୟ ହୋଇ ସେ ରଖିଲେ ବଡ଼ି ଗାର୍ଡ

 
Lisa ann

ପର୍ଣ୍ଣ ଷ୍ଟାରଙ୍କ ପଛରେ ପାଗଳ ଥିଲେ ଫ୍ୟାନ୍ସ, ଏତେ ମାତ୍ରାରେ ପାଗଳ ଥିଲେ ଯେ ସୁଯୋଗ ପାଇବା ମାତ୍ରେ ତାଙ୍କ ଗୋଡ଼କୁ କାମୁଡ଼ି ପକାଇଥିଲେ। ଏଭଳି କିଛି ବିଚିତ୍ର ଖୁଲାସା କରିଛନ୍ତି ଲୋକପ୍ରିୟ ପର୍ଣ୍ଣଷ୍ଟାର୍ ଲିସା ଆନ୍। ଦିନେ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିବା ଏହି ଷ୍ଟାର ନାୟିକା ପ୍ରାୟତଃ ନିଜ ସହ ଜଣେ ଅଙ୍ଗରକ୍ଷୀଙ୍କୁ ରଖୁଥିବା ଦେଖିବାକୁ ମିଳିଥାଏ।

Lisa ann

 ଏଠାରେ ଉଲ୍ଲେଖଯୋଗ୍ୟ ଯେ ୪୯ବର୍ଷୀୟ ଲିସା ପର୍ଣ୍ଣ ଦୁନିଆରୁ ୧୯୯୭ରେ ସନ୍ୟାସ ନେଇଥିଲେ। ପର୍ଣ୍ଣ ଇଣ୍ଡଷ୍ଟ୍ରି ପାଇଁ ଦେଇଥିବା ଅବଦାନ ପାଇଁ ସେ ଏକାଧିକ ଥର AVN ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିଲେ। ତେବେ, ୨୦୦୮ ମସିହାରେ ସେ ପୁଣି ଥରେ ଆଡ଼ଲ୍ଟ ଇଣ୍ଡଷ୍ଟ୍ରିକୁ ଫେରିଥିଲେ।

Lisa ann

 ତେବେ, ଲିସା ଏତେ ମାତ୍ରାରେ ଲୋକପ୍ରିୟ ଥିଲେ ଯେ ଥରେ ତାଙ୍କର ଜଣେ ପ୍ରଶଂସକ ତାଙ୍କର ଗୋଡ଼କୁ କାମୁଡ଼ି ଦେଇଥିଲେ। ଏହା ପରଠାରୁ ଲିସା ବହୁତ ଡରି ଯାଇଥିଲେ ଏବଂ ନିଜର ସୁରକ୍ଷା ପାଇଁ ଜଣେ ଅଙ୍ଗରକ୍ଷୀଙ୍କୁ ନିଯୁକ୍ତି ଦେଇଥିଲେ। ଏଥିସହିତ ଲୋକମାନଙ୍କର ପର୍ଣ୍ଣଷ୍ଟାର ମାନଙ୍କ ପ୍ରତି ଭାବନା ବଦଳିବା ଦରକାର ଏବଂ ସେମାନେ ଅନ୍ୟ ଷ୍ଟାରମାନଙ୍କୁ ଯେମିତି ସମ୍ମାନ ଦେଉଛନ୍ତି ପର୍ଣ୍ଣଷ୍ଟାର ମାନଙ୍କୁ ମଧ୍ୟ ସେହିପରି ସମ୍ମାନ ଦିଅନ୍ତୁ ବୋଲି ଲିସା କହିଛନ୍ତି।