ସକାଳ ୬ ଟାରୁ ଉଠିବା ୭ ଟାରେ ସାଧାରଣ ଖାଦ୍ୟ, ଜେଲରେ କିଛି ଏହିଭଳି ଭାବରେ କଟୁଛି ଆର୍ଯ୍ୟନ ଖାଁଙ୍କ ଜୀବନ

 
Aryan khan

କ୍ରୁଜ୍ ଜାହାଜ ଭିତରେ ଡ୍ରଗ୍ସ ସେବନ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି ଏନସିବି। ଏବେ ଆର୍ଯ୍ୟନ ଏବଂ ତାଙ୍କ ସାଥି ମାନଙ୍କୁ ଜେଲରେ ରାତି କଟାଇବାକୁ ପଡିଛି। ଏନସିବି ଅଧିକାରୀମାନେ ସେମାନଙ୍କୁ ଆର୍ଥର ରୋଡ ଜେଲରେ ରଖିଛନ୍ତି। କୋର୍ଟରେ ଆର୍ଯ୍ୟନଙ୍କୁ ଜାମିନ ମିଳିବ ବୋଲି ଆଶା କରାଯାଉଥିଲେ ହେଁ, ଜାମିନ ନ ମିଳିବାରୁ ଆର୍ଯ୍ୟନ୍ ଖାନଙ୍କୁ ଏକ ବଡ଼ ଝଟକା ଲାଗିଛି।

Aryan khan

  ମିଳିଥିବା ସୂଚନା ଅନୁଯାଇ ଆର୍ଯ୍ୟନ ଖାଁ ଏବଂ ତାଙ୍କ ସାଙ୍ଗମାନଙ୍କୁ ଜେଲର ପ୍ରଥମ ମହଲାରେ ଥିବା ୧ ନଂ ବାରାକରେ ଏକାନ୍ତବାସରେ ରଖାଯାଇଛି। ସମସ୍ତଙ୍କର କୋଭିଡ଼ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ସମସ୍ତେ କୋଭିଡ଼ ଟୀକା ମଧ୍ୟ ନେଇଛନ୍ତି। ତଥାପି ସେମାନଙ୍କୁ ୫ ଦିନ ଏକାନ୍ତବାସରେ ରହିବାକୁ ହେବ ବୋଲି ଜଣାଯାଇଛି। ଏପର୍ଯ୍ୟନ୍ତ ସେମାନଙ୍କୁ ଜେଲ୍ ୟୁନିଫର୍ମ ଦିଆଯାଇନାହିଁ।

Aryan khan crying

ସେଠାରେ ଆର୍ଯ୍ୟନଙ୍କୁ କୌଣସି ପ୍ରକାରର ଖାସ ସୁବିଧା ଉପଲବ୍ଧ କରାଯିବ ନାହିଁ। ଜେଲ୍ ନିୟମ ଅନୁଯାଇ ତାଙ୍କୁ ପ୍ରତିଦିନ ସକାଳ ୬ଟା ରୁ ଉଠିବାକୁ ହେବ। ସକାଳ ୮ଟାରେ ସକାଳ ଜଳଖିଆ ମିଳିବ। ଏଥିସହିତ ତାଙ୍କୁ ଖରାବେଳେ ଏବଂ ରାତିରେ ଖାଇବାକୁ ଦିଆଯିବ। ଆର୍ଯ୍ୟନଙ୍କୁ ନିଜ ଘର ଖାଦ୍ୟ ଖାଇବାକୁ ହେଲେ କୋର୍ଟରୁ ଅନୁମତି ଆଣିବାକୁ ହେବ। ଜେଲରେ ଅଧିକ ଖାଦ୍ୟ ଖାଇବାକୁ ହେଲେ ପୂର୍ବରୁ ମନି ଅର୍ଡର କରିବାକୁ ହେବ ବୋଲି ଜଣା ଯାଇଛି।