ଦେଖନ୍ତୁ ଭିଡିଓ: ଖୁସିରେ ପୂଜା ବୁଲି ରାମଦୋଳିରେ ବସି ଝୁଲୁଥିଲେ ପୁଅ-ଝିଅ, ଆଉ ତାପରେ ଯାହା ଘଟିଗଲା ସମସ୍ତେ ତାଜୁବ୍

 
Giant wheel

ମେଳାରେ ପଡ଼ିଥିବା ଦୋଳି ପ୍ରତି ରୁହନ୍ତୁ ସାବଧାନ। ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ଏହି ଦୋଳି ପ୍ରତି ବେଶ୍ ଆଗ୍ରହୀ ଥାଆନ୍ତି। ହେଲେ ବେଳେ ବେଳେ ଆମର ଟିକିଏ ଅସାବଧାନତା ପାଇଁ ଅସୁବିଧାରେ ପଡ଼ିବା ସହିତ ଆମ ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଥାଏ।

ଫଟୀ

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗୁଜରାଟର ଖମ୍ଭାଲିଆ ଗ୍ରାମରେ। ଗୁଜରାଟର ପ୍ରାୟ ପ୍ରତ୍ୟେକ ମେଳାରେ ବିଭନ୍ନ କିସମର ଓ ବଡ ବଡ ଦୋଳି ଲାଗିଥାଏ। ଯାହାର ବେଶ୍ ମଜା ନିଅନ୍ତି ଲୋକେ। ସମସ୍ତଙ୍କର ବେଶ୍ ଭିଡ଼ ଲାଗିଥାଏ ସେଠାରେ। ହେଲେ ନିକଟରେ ଏହି ଦୋଳିର ଏକ ଭିଡିଓ ବେଶ୍ ଭାଇରାଲ ହେବାର ଲାଗିଛି।

ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଏକ ଯୁବତୀ ଏହି ଦୋଳିରେ ନିଜର କେଶ ଖୋଲି ଝୁଲୁଥିଲେ। ଦୋଳିଟି ତଳକୁ ଆସିବାରୁ ଯୁବତୀଙ୍କର ଲମ୍ବା କେଶ ଦୋଳିର ଲୁହା ଆଙ୍ଗେଲରେ ପଶି ଯାଇଥିଲା।

ଯାହା ପରେ ଯୁବତୀ ଜଣକ ବଞ୍ଚାଅ ବଞ୍ଚାଅ ଚିତ୍କାର କରି ଥିଲେ। ପରେ ଲୋକଙ୍କର ଭିଡ଼ ବଢିଥିଲା। ପୁରା ମେଳାର କେନ୍ଦ୍ରବିନ୍ଦୁ ପାଲଟି ଥିଲା ଦୃଶ୍ୟଟି ହେଲେ କିଛି ଯୁବକ ସାହସର ସହିତ ଯୁବତୀ ଜଣଙ୍କୁ ରକ୍ଷା କରିଥିଲେ। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଯୁବତୀ ଜଣକ।