LIC ର ପେନସନ୍ ସ୍କିମ୍: ପ୍ରତି ମାସରେ ମିଳିବ ୧୨ ହଜାର ଟଙ୍କା, ଜାଣନ୍ତୁ ଏହି ସ୍କିମରେ କେମିତି ଉଠାଇବେ ଲାଭ

 
Lic scheme

ଆପଣ ଜୀବନ ବୀମା ସହିତ ଯଦି ଭଲ ପେନସନ ପ୍ଲାନ୍ ଖୋଜୁଛନ୍ତି ତାହାଲେ ଜୀବନ ବୀମା ନିଗମର ସରଳ ପେନସନ ଯୋଜନା ଆପଣ ମାନଙ୍କ ପାଇଁ ବହୁତ ଲାଭପ୍ରଦ ହେବ। ଜୀବନ ବୀମା ନିଗମର ସରଳ ପେନସନ ଯୋଜନାରେ ଆପଣଙ୍କୁ କେବଳ ଥରେ ପ୍ରିମିୟମ ଦେବାକୁ ପଡ଼ିବ। ଆଉ ତା'ପରେ ୬୦ ବର୍ଷ ପରେ ଆପଣ ପ୍ରତିମାସ ୧୨ ହଜାର ଟଙ୍କା ପେନସନ ପାଇବେ। 

ଆପଣ ଏହି ପେନସନ୍ ଟଙ୍କାକୁ ସାରା ଜୀବନ ପାଇପାରିବେ। ଏଲଆଇସି ଦୁଇ ପ୍ରକାର ସରଳ ସ୍କିମ୍ ରହିଛି। ପ୍ରଥମ ପ୍ଲାନଟିର ନାମ ହେଉଛି ଲାଇଫ ୟୁନିଟ ୟୁଥ୍ ସ୍କିମ୍ ସିଙ୍ଗିଲ ଲାଇଫ ପାଇଁ ପ୍ରଯ୍ୟୁଜ। 

Lic

ଅର୍ଥାତ ଏହି ପେନସନ୍ ଯୋଜନା ଜଣେ ବ୍ୟକ୍ତିଙ୍କ ପାଇଁ ହେଇପାରିବ। ଏହି ପ୍ରଥମ ପ୍ରକାର ଯୋଜନା ଅନୁସାରେ ଯେ ପର୍ଯ୍ୟନ୍ତ ପେନସନ ଭୋଗି ଜୀବିତ ଅଛନ୍ତି ସେ ପର୍ଯ୍ୟନ୍ତ ପନେସନ୍ ପାଇ ପାରିବେ। ତା'ପରେ ତାଙ୍କ ଦ୍ବାରା ମନନ୍ଵତ ହେଇଥିବା ବା ନୋମିନ ବେସ ପ୍ରିମିୟମ ପାଇବେ। ଦ୍ୱିତୀୟ ସ୍କିମ୍ ନାଁ ହେଉଛି ପେନସନ ସ୍କିମ୍ ୟୁଥ୍ ଜଏଣ୍ଟେ ଲାଇଫ। ଏହି ସ୍କିମ ମିଳିତ ଜୀବନ ପାଇଁ ଏକ ଭଲ ପେନସନ ଯୋଜନା। ଏଥିରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ପେନସନ ପାଇଥାନ୍ତି। 

ଏଥିରେ ସ୍ବାମୀ ବା ସ୍ତ୍ରୀ ଯିଏ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚି ରୁହନ୍ତି ସେହିଁ ପେନସନ ପାଇଥାନ୍ତି। ଯେତେବେଳେ ଉଭୟ ସ୍ଵାମୀ ଓ ସ୍ତ୍ରୀ ସଂସାରରେ ଆଉ ରୁହନ୍ତି ନାହିଁ ସେତେବେଳେ ତାଙ୍କ ଦ୍ଵାରା ଚୟନ ବ୍ୟକ୍ତି ମୂଳ ଟଙ୍କା ପାଇପାରିବେ। ସରଳ ପେନସନ ଯୋଜନାର ଖାସ ମୂଲ୍ୟ ହେଉଛି, ବୀମା ଧାରକ ବ୍ୟକ୍ତି ପଲିସ ନେବା ମାତ୍ରେ ତାଙ୍କ ପେନସନ ଆରମ୍ଭ ହେଇଯିବ। 

ଆପଣଙ୍କ ଉପରେ ନିର୍ଭର କରେ ଯେ, ଆପଣ ପ୍ରତିମାସ ପେନସନ ନେବେ କିମ୍ବା ତ୍ରୋୟମାସିକ, ଅର୍ଦ୍ଧମାସିକ ବା ବାର୍ଷିକ ପେନସନ ନେଇ ପାରିବେ। ଆପଣଙ୍କୁ ନିଜେ ହିଁ ଏହି ବିକଳ୍ପ ବାଛିବାକୁ ହେବ। ଏହି ପେନସନ ସ୍କିମ ଉଭୟ ଅନଲାଇନ ଓ ଅପଲାଇନ୍ ନିଆଯାଇପାରିବ। ଏହି ଯୋଜନାରେ ଆପଣଙ୍କୁ ସର୍ବନିମ୍ନ ୧୨ ହଜାର ଟଙ୍କା ବିନିଯୋଗ କରିବାକୁ ପଡ଼ିବ। 

ଏଥିରେ କୌଣସି ସର୍ବାଧିକ ବିନିଯୋଗ ସୀମା ନାହିଁ। ଅର୍ଥାତ ଆପଣ ଯେତେ ଅଧିକ ଚାହାଁନ୍ତି ସେତେ ପ୍ରିମିୟମ ଏକକାଳୀନ ଦେଇ ଏହି ପଲିସି ନେଇପାରିବେ। ଏହି ଯୋଜନା ୫୦ ରୁ ୮୦ ବର୍ଷର ଲୋକଙ୍କ ପାଇଁ ଉଦ୍ଧିଷ୍ଟ। ଏହି ଯୋଜନାରେ ପଲିସି ଧାରୀ ବ୍ୟକ୍ତି ଚାହିଁଲେ, ଏହି ପଲିସି ଆରମ୍ଭ ହେବାର ୬ ମାସ ପରେ ଯେ କୌଣସି ସମୟରେ ଋଣ ନେଇପାରିବେ।