ଛାତ୍ରଙ୍କୁ କରୁଥିଲେ ପ୍ରେମ ନିବେଦନ! ଛାତ୍ରଙ୍କୁ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରି ବନ୍ଧା ହେଲେ ରସିକିଆ ଅଧ୍ୟାପକ, ଦେଖନ୍ତୁ ଭିଡ଼ିଓ

 
Teacher student

ମଣିଷ ଜୀବନରେ ଗୁରୁଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ପିଲାମାନେ ଶିକ୍ଷକଙ୍କ ଠାରୁ ଜ୍ଞାନ ଆହରଣ କରିବା ସହ ଆଚାର ବ୍ୟବହାର ମଧ୍ୟ ଶିଖିଥାନ୍ତି। କିନ୍ତୁ, ଯାଜପୁର ଜିଲ୍ଲା ଚିତୋଳ କଲେଜରେ ଏହାର ଠିକ ଓଲଟା ମାମଲା ସାମ୍ନାକୁ ଆସିଛି ଏଠାରେ କଲେଜ ଛାତ୍ରଙ୍କୁ ପ୍ରେମ ନିବେଦନ କରିବା ସହିତ ଜୋର ଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରି ଜଣେ ଅଧ୍ୟାପକଙ୍କୁ ଗିରଫ ହେବାକୁ ପଡିଛି।

Accused and victim

ହୋଇଥିବା ଅଭିଯୋଗ ଅନୁଯାଇ ରସିକିଆ ଅଧ୍ୟାପକ ଜଣକ ପିଲାମାନଙ୍କୁ ଅଶ୍ଲୀଳ ଭିଡ଼ିଓ ପଠାଇ ପ୍ରେମ ନିବେଦନ କରିଥାନ୍ତି। ଏପରିକି ସେମାନଙ୍କୁ ନିଜ ରୁମକୁ ଡାକିବା ସହ ରାତିରେ ରହିବାକୁ ବାଧ୍ୟ କରିଥାନ୍ତି। ଜଣେ କି ଦୁଇ ଜଣ ନୁହେଁ ବରଂ ଗତ କିଛି ବର୍ଷ ହେବ ସେ ଅନେକ କଲେଜ ଛାତ୍ରଙ୍କ ସହ ଏପରି କରୁଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ ତାଙ୍କ କଥା ନ ମାନିଲେ ପରୀକ୍ଷାରେ ମାର୍କ କମାଇ ଦେବା ସହ ଫେଲ୍ କରାଇଦେବାକୁ ଧମକ ଦେଉଥିବା କୁହାଯାଉଛି।

ପୂର୍ବରୁ ସେ ଏପରି ହୀନ କାର୍ଯ୍ୟ କରି ଖସିଯାଉଥିଲେ ହେଁ ବର୍ତ୍ତମାନ ସେ କରିଥିବା ଚାଟିଂ ଏବଂ ରେକର୍ଡ଼ିଂ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଧ୍ୟାପକଙ୍କ ଏଭଳି କାରନାମାକୁ ବିରୋଧ କରୁଥିବା ଛାତ୍ରଙ୍କୁ କଲେଜରେ ମାଡ଼ ମରାଯିବାରୁ କେତେକ ଛାତ୍ର ଅଧ୍ୟାପକ ନିରଞ୍ଜନଙ୍କ ବିରୋଧରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ନିରଞ୍ଜନଙ୍କ ବିରୋଧରେ ଧାରା ୨୯୪,୩୫୪ ବି,୫୦୬ ଅନୁଯାଇ ମାମଲା ରୁଜୁ କରିଥିବା ବେଳେ ଅଧ୍ୟାପକ ଜଣକ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।