ଏପରି ଏକ ରହସ୍ୟମୟ ହ୍ରଦ ଯେଉଁଠାରେ ଜୀବିଜନ୍ତୁ ପାଲଟି ଯାଆନ୍ତି ପଥର ! କାରଣ ଜାଣିଲେ ତାଯୁବ ହେବେ ଆପଣ….

 
Lake netron

କାହାଣୀ ଓ ସିନେମାରେ ଅନେକ ରହସ୍ୟମୟ ସ୍ଥାନ ଏବଂ ପର୍ଯ୍ୟଟନସ୍ଥଳୀ ଗୁଡିକ ବିଷୟରେ ଆମେ ଶୁଣିବାକୁ ପାଇଥାଉ। କିନ୍ତୁ, ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏଭଳି ମଧ୍ୟ ଏକ ହ୍ରଦ ରହିଛି ଯେଉଁଥିରେ ଜୀବନ୍ତ ପଶୁ ପକ୍ଷୀମାନେ ପଥର ପାଲଟି ଯାଇଥାନ୍ତି। କେବଳ ଏତିକି ନୁହେଁ ଏହା ମଣିଷ ଶରୀରକୁ ମଧ୍ୟ ପଥରରେ ରୂପାନ୍ତରିତ କରିବାର ଶକ୍ତି ରଖିଛି। ତେବେ, ଆସନ୍ତୁ ଜାଣିବା ଏପରି ଘଟଣାର କାରଣ ଏବଂ ଏହି ରହସ୍ୟମୟ ହ୍ରଦ ବିଷୟରେ କିଛି ଜଣା ଅଜଣା କଥା।

Lake netron

ତାଞ୍ଜିନିଆ ଦେଶରେ ନେଟ୍ରାନ୍ ନାମକ ଏହି ହ୍ରଦ ରହିଛି। କୌଣସି ପଶୁ, ପକ୍ଷୀ କିମ୍ବା ମଣିଷ ଏହି ହ୍ରଦକୁ ଛୁଇଁଲେ କିମ୍ବା ଏହା ମଧ୍ୟକୁ ପ୍ରବେଶ କରିଲେ ପଥର ପାଲଟିଯାଏ ବୋଲି କୁହାଯାଏ। ନିକ୍ ବ୍ରାଣ୍ଡ ନାମକ ଜଣେ ଫୋଟୋଗ୍ରାଫର ଏଠାକୁ ଯାଇଥିବା ବେଳେ ପଥରରେ ପରିବର୍ତ୍ତିତ ହୋଇଯାଇଥିବା ପଶୁ ପକ୍ଷୀ ମାନଙ୍କୁ ଦେଖିବାକୁ ପାଇଥିଲେ। ସେ ଏହାର ଫୋଟୋ ଉଠାଇ ଆଣିବା ପରେ ଏହି ରହସ୍ୟମୟ ହ୍ରଦ ବିଷୟରେ ସମସ୍ତେ ଜାଣିବାକୁ ପାଇଥିଲେ।

Nick brand

ପ୍ରକୃତରେ ଏହି ହ୍ରଦର ପାଣିରେ ଲୁଣ ଏବଂ ସୋଡ଼ାର ପରିମାଣ ଖୁବ ଅଧିକ ଯେଉଁଥିପାଇଁ ପଶୁ ପକ୍ଷୀମାନଙ୍କ ଶରୀର ପଥର ପାଲଟିଯାଇଥାଏ। ପରୀକ୍ଷା ପରେ ଏହି ପାଣିର P.H ଲେବୁଲ୍ ୧୦.୫ ବୋଲି ଜଣାପଡିଥିଲା। କେବଳ ଏତିକି ନୁହେଁ ବରଂ ଆଗ୍ନେୟଗିରିରେ ମିଳୁଥିବା କେତେକ ଖାସ୍ ପଦାର୍ଥ ମଧ୍ୟ ଏହି ପାଣିରେ ମିଳୁଥିବା ଜଣାପଡିଛି।

Stone birds