ଦେଖନ୍ତୁ ଭିଡ଼ିଓ: ମାନବିକତା ଭୁଲିଗଲେ ମହିଳା, ଗରିବ ଫଳ ବିକାଳୀଙ୍କ ଠେଲା ରୁ ସବୁ ଫଳ ରାସ୍ତାକୁ ଫିଙ୍ଗି ଦେଲେ

 
Fruits thrown

ଛାତ୍ରଛାତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଅଧ୍ୟାପିକା ହୋଇଥିବା ଜଣେ ମହିଳା ଭୁଲିଗଲେ ମାନବିକତା। ସାମାନ୍ୟ କଥା ପାଇଁ ବିଚ୍ ରାସ୍ତାରେ ଜଣେ ଫଳ ବିକାଳୀଙ୍କ ସହିତ ଝଗଡ଼ା କରିବା ସହିତ ତାଙ୍କ ଫଳ ଗୁଡିକୁ ରାସ୍ତାକୁ ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶ ଭୋପାଳ ସହରରେ ଏଭଳି ଘଟଣା ଘଟିଥିବା ବେଳେ ଏହାର ଏକ ସିସିଟିଭି ଫୁଟେଜ୍ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ଘଟଣା ମୁତାବକ ଉକ୍ତ ଅଧ୍ୟାପିକା ଜଣକ ରାସ୍ତା କଡ଼ରେ କାର ପାର୍କ କରିଥିଲେ। ଫଳ ବିକାଳୀ ଜଣକ ତାଙ୍କ ଠେଲା ନେଇ ଆସୁଥିବା ସମୟରେ ଭୁଲବଶତଃ ଠେଲାଟି କାର ଦେହରେ ବାଜି ଯାଇଥିଲା। ମାତ୍ର ଏହି ସାମାନ୍ୟ କାରଣ ହେତୁ ରାଗ ତମତମ ହୋଇ ବାହାରକୁ ବାହାରି ଆସିଥିଲେ ଏହି ମହିଳା। ସେ ଫଳ ବିକାଳୀଙ୍କୁ ଗାଳି କରିବା ସହିତ ତାଙ୍କର ଫଳ ଗୁଡିକୁ ରାସ୍ତାରେ ଫିଙ୍ଗି ଦେଇଥିଲେ।

ଦେଖନ୍ତୁ ଭିଡ଼ିଓ:-

ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଏହାର ବିରୋଧ କରିଥିଲେ ହେଁ ମହିଳା ଜଣକ ସେମାନଙ୍କୁ ମଧ୍ୟ ଗାଳି ଗୁଳଜ କରିଥିବା ଜଣାପଡ଼ିଛି। ତେବେ, ଏକାଧିକ ଲୋକେ ରୁଣ୍ଡ ହୋଇଯିବା ପରେ ସେ ଘର ଭିତରକୁ ଚାଲି ଯାଇଥିଲେ। ଏତେ ଶିକ୍ଷିତ ଏବଂ ପେସାରେ ଜଣେ ଅଧ୍ୟାପିକା ହୋଇଥିଲେ ହେଁ ମହିଳା ଜଣଙ୍କର ଏଭଳି ଆଚରଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।