ଦେଖନ୍ତୁ ଭିଡ଼ିଓ: ନିଜ କାନ୍ଧରେ ନେଇ ବେହୋସ ବ୍ୟକ୍ତିଙ୍କୁ ଉଦ୍ଧାର କରିଲେ ଏହି ମହିଳା ଇନ୍ସପେକ୍ଟର, ଜାଣନ୍ତୁ କଣ ଥିଲା ଘଟଣା

 
Inspector rajeshwari

ଆଜିର ସ୍ୱାର୍ଥପର ଦୁନିଆରେ ଯେତେବେଳେ ବିପଦ ସମୟରେ ନିଜର ଲୋକମାନେ ସାହାଯ୍ୟ କରିବା ପାଇଁ।କୁଣ୍ଠାବୋଧ କରୁଛନ୍ତି। ସେହି ସମୟରେ ଜଣେ ମହିଳା ପୋଲିସ କର୍ମଚାରୀ ଜଣେ ଯୁବକଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇ ଉଧାହରଣ ସୃଷ୍ଟି କରିଛନ୍ତି। ବେହୋସ ଥିବା ଯୁବକଙ୍କୁ ମହିଳା କର୍ମଚାରୀ ଜଣକ ନିଜ କାନ୍ଧରେ ପକାଇ ନେଇ ଯାଉଥିବା ସମୟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Rajeshwari

ଘଟଣାଟି ଚେନ୍ନାଇରେ ଘଟିଥିବା ବେଳେ ଉଦ୍ଧାରକାରିଣୀ ମହିଳା ଜଣକ ଇନ୍ସପେକ୍ଟର ରାଜେଶ୍ୱରୀ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ କିଲଫୁକ୍ ଶ୍ମଶାନରେ ଜଣେ ବ୍ୟକ୍ତି ବେହୋସ ପଡିଥିବା ପୋଲିସକୁ ସୂଚନା ମିଳିଥିଲା। ଖବର ପାଇ ଇନ୍ସପେକ୍ଟର ରାଜେଶ୍ୱରୀ ସେଠାରେ ତୁରନ୍ତ ପହଞ୍ଚିଥିଲେ ଏବଂ ବ୍ୟକ୍ତି ଜଣକ ବେହୋସ ହୋଇ ପଡ଼ିଥିବାର ଦେଖି ତାଙ୍କୁ ନିଜ କାନ୍ଧ ଉପରେ ପକାଇ ଅଟୋ ଯୋଗେ ଡାକ୍ତରଖାନା ପଠାଇ ଦେଇଥିଲେ।

ଦେଖନ୍ତୁ ଭିଡ଼ିଓ:-

ରାଜେଶ୍ୱରୀଙ୍କର ଏହି ଉଦ୍ଧାରକାର୍ଯ୍ୟର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥିଲା ଯାହାକି ବର୍ତ୍ତମାନ ଖୁବ ଭାଇରାଲ ହେଉଛି। ଲୋକେ ଭିଡ଼ିଓଟିକୁ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି। କେତେକ ଲୋକେ ରାଜେଶ୍ୱରୀଙ୍କୁ ପ୍ରଶଂସା କରିବା ସହ ସେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପଲଟିବେ ବୋଲି କହିଛନ୍ତି।