ଭ୍ୟାକ୍ସିନ୍ ନେଇ ରାତା ରାତି କୋଟିପତି ହୋଇଗଲେ ଏହି ମହିଳା, କେମିତି ହେଲେ ଜାଣିଲେ ତାଯୁବ ହେବେ ଆପଣ

 
Lucky winner

ଭାଗ୍ୟ ହେବ ତ ଏମିତି, ବେଳେ ବେଳେ ଲୋକେ ନିମିଶକ ମଧ୍ୟରେ ନିଜର ସବୁ ସମ୍ପତ୍ତି ହରାଉଥିବା ବେଳେ କେତେକ ଲୋକେ ନିଜ ଭାଗ୍ୟ ସାହାଯ୍ୟରେ କୋଟି କୋଟି ଟଙ୍କାର ମାଲିକ ହୋଇଯାଇଥାନ୍ତି। ଏହିପରି ଏକ ଘଟଣା ଆମେରିକାର ଓହିଓ ସହରରେ ଦେଖିବାକୁ ମିଳିଛି। ଯେଉଁଠାରେ କରୋନା ଭ୍ୟାକ୍ସିନ ଯୋଗୁଁ ଜଣେ ୨୨ ବର୍ଷ ବୟସ୍କା ମହିଳା କୋଟି କୋଟି ମାଲିକ ହୋଇପାରିଛନ୍ତି।

ପ୍ରକୃତରେ ଟୀକାକରଣକୁ ପ୍ରୋତ୍ସାହିତ କରିବା ପାଇଁ ଆମେରିକା ସରକାର ଆରମ୍ଭ କରିଥିବା ଲଟେରୀ ଯୋଜନାର ପ୍ରଥମ ବିଜେତା ଭାବରେ ଏହି ମହିଳାଙ୍କୁ ମନୋନୀତ କରାଯାଇଥିଲା।  କେବଳ ଏତିକି ନୁହେଁ, ଜଣେ 14 ବର୍ଷ ବୟସ୍କ ଯୁବକଙ୍କୁ ମଧ୍ୟ ପୂର୍ଣ୍ଣ ବୃତ୍ତି ପ୍ରଦାନ କରାଯାଇଛି। ଅର୍ଥାତ୍ ପୁରା କଲେଜ ପାଠପଢ଼ା ସମୟରେ ତାଙ୍କୁ କେବେବି ଗୋଟିଏ ପଇସା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ।

ଟୀକାକରଣକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି କାର୍ଯ୍ୟକ୍ରମ ଅଧୀନରେ ଗୁରୁବାର ପ୍ରଥମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ଓହିଓ ଗଭର୍ଣ୍ଣର ମାଇକ ଡିୱାଇନ୍ କହିଛନ୍ତି ଯେ ପ୍ରଥମ ପୁରସ୍କାର ଜିତିଥିବା ୨୨ ବର୍ଷ ବୟସ୍କା ମହିଳାଙ୍କୁ ଏକ ମିଲିୟନ୍ ଡଲାର୍ (ପ୍ରାୟ ୭.୫ କୋଟି ଟଙ୍କା) ମିଳିବ।  ସେ ବର୍ତ୍ତମାନ ଟୀକାକରଣର ଏକ ମାତ୍ରା ପାଇଛନ୍ତି।

ରାତାରାତି କୋଟି କୋଟିର ମାଲିକାଣୀ ହୋଇଥିବା ଅବିଗିଗଲ୍ ବୁଗେନ୍ସକେ ନାମକ ଏହି ମହିଳା ପୁରସ୍କାର ଜିତିବା ପରେ ବେସ୍ ଖୁସି ଜଣାପଡ଼ିଥିଲେ।  ସେ କହିଥିଲେ, "ଯେତେବେଳେ ମୁଁ ପୁରସ୍କାର ଜିତିବା ବିଷୟରେ ଜାଣିଲି, ସେତେବେଳେ ମୁଁ ଏକ ପୁରୁଣା କାର କିଣିବାକୁ ଯାଉଥିଲି। କିନ୍ତୁ ବର୍ତ୍ତମାନ ମୁଁ ଏକ ନୂଆ କାର କିଣି ପାରିବି"। ଏଥି ସହିତ ଛାତ୍ରବୃତ୍ତି ଜିତିଥିବା ବାଳକର ପିତାମାତା ମଧ୍ୟ ସରକାରଙ୍କ ଏହି ଯୋଜନାକୁ ନେଇ ନିଜର ଖୁସି ଜାହିର କରିଥିଲେ।

ଏହି ଯୋଜନା ପାଇଁ ଫେଡେରାଲ୍ ଏପିଡେମିକ୍ ରିଲିଫ୍ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଉଛି। ଗୁରୁବାର ଦିନ ପ୍ରଶାସନ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଲଟେରୀ ପ୍ରକ୍ରିୟାରେ ପ୍ରାୟ ୨,୭୬୦,୦୦୦ ଓହିଓବାସୀ ୧ ମିଲିୟନ ଡଲାର ପୁରସ୍କାର ପାଇବାକୁ ଅଂଶଗ୍ରହଣ କରିଥିବାବେଳେ ୧୨ ରୁ ୧୭ ବର୍ଷ ବୟସର ପ୍ରାୟ ୧୦୫,୦୦୦ ଯୁବକ କଲେଜ ଛାତ୍ରବୃତ୍ତି ପ୍ରତି ଆଗ୍ରହ ପ୍ରକାଶ କରିଥିଲେ।