ସହାୟତା ରାଶିକୁ ନେଇ ବିବାଦ, ଭାଗ ହେଲା ଟଙ୍କା ବାପା ମା’ଙ୍କ ଅପେକ୍ଷା ସ୍ତ୍ରୀ ପାଇଲେ ଅଧିକ ଏତେ ଲକ୍ଷ ଟଙ୍କା

 
Anshuman

ଏପଟେ ବାପା ମାଆ ଆଉ ଅନ୍ୟ ପଟେ ସ୍ତ୍ରୀ ! କାହାକୁ ମିଳିବ ଟଙ୍କା ? ଏହାକୁ ନେଇ ଦେଖିବାକୁ ମିଳିଛି ଅନେକ ବାଦ ବିବାଦ । ତେବେ ଆମେ ଏଠାରେ ଆପଣଙ୍କୁ ସହିଦ ଅଂଶୁମାନଙ୍କ କଥା କହିବାକୁ ଯାଉଛୁ ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଆପଣ ସହୀଦ ଯବାନ ଅଂଶୁମାନ ସିଂହଙ୍କ କଥା ତ ଶୁଣିଥିବ । ଅଂଶୁମାନ ଆର୍ମିରେ ଏକ ଡାକ୍ତର ଭାବେ ନିଯୁକ୍ତ ହୋଇଥିଲେ । ସିଆଚିନରେ ଫାୟାର୍ ଆକ୍ସିଡେଣ୍ଟ ରେ ଅଫିସରଙ୍କୁ ବଞ୍ଚାଇବା ସମୟରେ ସେ ସହିଦ ହୋଇ ଯାଇଥିଲେ ।

Ay

ବାହାଘରର ମାତ୍ର ପାଞ୍ଚ ମାସ ପରେ ଘଟି ଯାଇଥିଲା ଏପରି । ଅଂଶୁମାନ ଜୁଲାଇ ୨୦୨୩ରେ ସହିଦ ହୋଇଥିଲେ । କିନ୍ତୁ ନିକଟରେ ତାଙ୍କ ନାମରେ ତାଙ୍କ ସ୍ତ୍ରୀ ଶ୍ରୁତିଙ୍କୁ ରାଷ୍ଟ୍ରପତିଙ୍କ ଦ୍ବାରା କୀର୍ତ୍ତି ଚକ୍ର ପ୍ରଦାନ କରା ଯାଇଛି । ଏହା ସହ ତାଙ୍କୁ ୧ କୋଟିର ସହାୟତା ରାଶି ମଧ୍ୟ ପ୍ରଦାନ କରା ଯାଇଛି ।

କିନ୍ତୁ ଏହି ରାଶିକୁ କିଏ ନେବ ? ଅଂଶୁମାନଙ୍କ ବାପା ମା ନା ସ୍ତ୍ରୀ ଶ୍ରୁତି ? ଏହାକୁ ନେଇ ଅନେକ ବାଦ ବିବାଦ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏଥିରେ ପୂର୍ଣ୍ଣଛେଦ ପଡିଛି । ଟଙ୍କାକୁ ଦୁହିଁଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆ ଯାଇଛି । ବାପା ମା ୫୦ ଲକ୍ଷ ପାଇଥିବା ବେଳେ ସ୍ତ୍ରୀ ମଧ୍ୟ ୫୦ ଲକ୍ଷ ଟଙ୍କା ପାଇଛନ୍ତି ।

ଏହା ସହ ଆର୍ମି କମାଣ୍ଡୋର ନିର୍ଦ୍ଦେଶ କ୍ରମେ ଅଂଶୁମାନଙ୍କ ସ୍ତ୍ରୀ ହିଁ ଆଗକୁ ପେନସନ ପାଇବେ କାରଣ ଅଂଶୁମାନ ତାଙ୍କ ସ୍ତ୍ରୀଙ୍କୁ ହିଁ ତାଙ୍କର ନୋମିନ ରଖିଛନ୍ତି । 

କିନ୍ତୁ ଏହା ମଧ୍ୟରେ ଅଂଶୁମାନଙ୍କ ବାପା ମା ତାନକ ସ୍ତ୍ରୀ ଶ୍ରୁତିଙ୍କ ନାମରେ ଅଭିଯୋଗ ଆଣିଛନ୍ତି କି ଯେ, ଶ୍ରୁତି ସମସ୍ତ ପଇସା ନେଇ ତାଙ୍କ ବାପ ଘରକୁ ଚାଲି ଯାଇଛନ୍ତି ।

ଏପରିକି କୀର୍ତ୍ତି ଚକ୍ର ମଧ୍ୟ ନେଇ ଯାଇଛନ୍ତି ଯାହା ଫଳରେ ସେମାନେ ତାଙ୍କ ପୁଅ ପାଖରେ ଏହି ଚକ୍ର ମଧ୍ୟ ଚଢାଇ ପାରି ନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।