ରାସନ କାର୍ଡ କିଏ ପାଇବେ କିଏ କଟିବେ? ମୋହନ ସରକାରଙ୍କ କଡ଼ା ନିର୍ଦ୍ଦେଶ ଏହିସବୁ ଜିନିଷ ଥିଲେ କଟିଯିବ ରାସନ କାର୍ଡ

 
Rasan card

ଏଣିକି ବିଧାୟକ ମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବାଣ୍ଟିବେ ରାସନ୍ କାର୍ଡ । ଆଜ୍ଞା ହଁ । ଏଭଳି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ତାଙ୍କର ଏକ ସାକ୍ଷାତକାରରେ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ତାଙ୍କର ଏକ ସାକ୍ଷାତକାରରେ ରାସନ୍ କାର୍ଡ ଓ ରାସନ୍ କାର୍ଡ ହିତାଧିକାରୀଙ୍କୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି । ତାଙ୍କର କହିବା ଅନୁସାରେ ରାଜ୍ୟରେ ଅନେକ ଲୋକ ରହିଛନ୍ତି ଯେଉଁମାନେ ରାସନ୍ କାର୍ଡର ଯୋଗ୍ୟ ହୋଇଥିଲେ ମଧ୍ୟ ଆଜି ଯାଏଁ ଏହାର ଅଧିକାରୀ ହୋଇପାରି ନାହାନ୍ତି ।

Rasan card

ଏବଂ ଏଭଳି ବି କିଛି ଲୋକ ରହିଛନ୍ତି ଯେଉଁମାନେ ରାସନ୍ କାର୍ଡର ଯୋଗ୍ୟ ନ ହୋଇ ମଧ୍ୟ ରାସନ୍ କାର୍ଡ ହିତାଧିକାରୀ ହୋଇ ଏହାର ସୁବିଧା ଉପଭୋଗ କରୁଛନ୍ତି ।

ତେଣୁ ସେ କହିଛନ୍ତି ଏହି ମାସ ଶେଷ ସୁଦ୍ଧା ପୁନଃଶ୍ଚ ରାସନ୍ କାର୍ଡର ଯାଞ୍ଚ ହେବ । ଯେଉଁମାନେ ରାସନ୍ କାର୍ଡ ପାଇଁ ଯୋଗ୍ୟ ସେମାନଙ୍କୁ ରାସନ୍ କାର୍ଡ ମିଳିବ ଏବଂ ଯେଉଁମାନେ ଅଯୋଗ୍ୟ ସେମାନେ ଆଗକୁ ଆଉ ଏହାର ସୁବିଧା ପାଇବେ ନାହିଁ । 

ତେବେ ଯେଉଁମାନେ ନକଲି ଡକ୍ୟୁମେଣ୍ଟ ବ୍ୟବହାର କରି ରାସନ କାର୍ଡ ପାଇଛନ୍ତି ସେମାନଙ୍କ ବିରୋଧରେ ଖାଦ୍ୟ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସେମାନଙ୍କର ରାସନ କାର୍ଡ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

ଯଦି ଜଣେ ଚାଷୀଙ୍କ ନାମରେ ତିନି ହେକ୍ଟରରୁ ଅଧିକ ଜମି ଅଛି ଓ ତାଙ୍କ ନାମରେ ରାସନ କାର୍ଡ ଅଛି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖାଦ୍ୟ ବିଭାଗର ନିୟମ ଅନୁଯାୟୀ, ଏକ ହ୍ୱାଇଟ ରାସନ କାର୍ଡ ଥିବା ପରିବାରକୁ ଯଦି ତିନି ହେକ୍ଟରରୁ ଅଧିକ କୃଷି ଜମି କିମ୍ବା ନିଜସ୍ୱ ଜମି ଥାଏ ତେବେ ତାଙ୍କୁ ହ୍ୱାଇଟ ରାସନ କାର୍ଡ ପ୍ରଦାନ କରାଯିବା ଉଚିତ ନୁହେଁ।

ଏହି ୧୦୦ ଦିନ ମଧ୍ୟରେ ଏହାର ଯାଞ୍ଚ ହେବାକୁ ଯାଉଛି ବୋଲି ମଧ୍ୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହାର ସୂଚନା ଦେଇଛନ୍ତି । ଏବଂ ଆହୁରି ମଧ୍ୟ କହିଛନ୍ତି କି ଏଣିକି ବିଧାୟକ ମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରାସନ୍ କାର୍ଡ ବାଣ୍ଟିବେ, ଯାହା ଦ୍ୱାରା ଏଭଳି ପରିସ୍ଥିତି ଆଉ ଦେଖା ଦେବ ନାହିଁ ।