ଠିକ ସମୟରେ ବିବାହ ନ କଲେ ହେବ ବଡ଼ ସମସ୍ୟା, ଜାଣନ୍ତୁ ବିବାହର ସଠିକ୍ ବୟସକୁ ନେଇ କଣ କହିଲେ ବିଶେଷଜ୍ଞ
କଣ ଆପଣ ଜାଣନ୍ତି କି ବିବାହ କରିବାର ସଠିକ୍ ବୟସ କେତେ ରହିଛି । ଆଜ୍ଞା ହଁ , ଆପଣ ଠିକ୍ ଶୁଣିଛନ୍ତି ବିବାହ କରିବାର ମଧ୍ୟ ଏକ ନିର୍ଦ୍ଧିଷ୍ଟ ବୟସ ସୀମା ରହିଛି , ଯାହା ବିବାହ ପାଇଁ ଉପଯୁକ୍ତ ହୋଇଥାଏ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତେବେ ଜାଣନ୍ତୁ ବିବାହ ପାଇଁ ସଠିକ୍ ବୟସ କେତେ ରହିଛି:
ଏ ନେଇ ବିଶେଷଜ୍ଞ ହିତେଶ ଚକ୍ରବର୍ତ୍ତୀ କହିଛନ୍ତି , ବିବାହ ଯେ କେବଳ ବ୍ୟକ୍ତିଗତ ଅଟେ ଏହା ନୁହେଁ ବରଂ ଏହା ଏକ ପାରିବାରିକ ଓ ସାମାଜିକ ଅନୁଷ୍ଠାନ ଅଟେ । ଯାହା ଦୁଇ ପରିବାର ସହିତ ସମାଜକୁ ମଧ୍ୟ ପ୍ରଭାବିତ କରିଥାଏ ।
ତେଣୁ ଏହି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ନିଷ୍ପତ୍ତି ନେବା ସମୟରେ ସମସ୍ତ ଦିଗକୁ ଆଖି ଆଗରେ ରଖି ନେବା ଉଚିତ୍ ବୋଲି ସେ କହିଛନ୍ତି । ତେବେ ତାଙ୍କ ଅନୁସାରେ ଏଥି ପାଇଁ କୌଣସି ନିର୍ଦ୍ଧିଷ୍ଟ ବୟସ ସୀମା ନଥାଏ ।
ଏହା ଦୁଇଟି ମନର ମିଳନ ଅଟେ । ତେଣୁ ଆପଣଙ୍କୁ ଯେତେବେଳେ ବି ଲାଗୁଛି କି, ବର୍ତ୍ତମାନ ଏକ ଉପଯୁକ୍ତ ଜୀବନ ସାଥି ବାଛି ବିବାହ କରିନେବା ଉଚିତ୍ ତେବେ ତାହା ହିଁ କରନ୍ତୁ ମାତ୍ର ଜୋର୍ ଜବରଦସ୍ତ ନୁହେଁ।