କଣ ହୋଇଥିଲା ଅଗଷ୍ଟ ୧୪ ସ୍ୱାଧୀନତାର ପୂର୍ବ ଦିନ ରାତିରେ, କେମିତି ଥିଲା ରାଇସିନା ହିଲ୍ସର ଦୃଶ୍ୟ, ଜାଣନ୍ତୁ ପୁରା ଖବର

 
Independent

ଭାରତର ସ୍ଵାଧୀନତା ନ ଥିଲା ଏତେ ସହଜ । ଭିନ୍ନ ଭିନ୍ନ ମହାପୁରୁଷ ମାନେ ନିଜର ଭିନ୍ନ ଭିନ୍ନ ଚିନ୍ତାଧାରା ଦ୍ଵାରା ଭାରତକୁ ସ୍ଵାଧୀନ କରିବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ । କେବଳ ମହାପୁରୁଷ ମାନେ କାହିଁକି ଭାରତର ପ୍ରତି ସାଧାରଣ ଜନତା ବଳିଦାନ ମଧ୍ୟ ଅତୁଳନୀୟ ଥିଲା । ଭାରତର ସ୍ଵାଧୀନତା ସଂଗ୍ରାମ ବିଶ୍ଵର ସବୁଠାରୁ ଅଧିକ ଦିନ ଧରି ଚାଲିଥିବା ସଂଗ୍ରାମ ଥିଲା । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଭାରତର ସ୍ଵାଧୀନତା ସଂଗ୍ରାମ ଜନ୍ମ ଦେଇଥିଲା ଅନେକ ଚିନ୍ତାଧାରା । ସେ ଗାନ୍ଧୀଙ୍କ ଅହିଂସା ହେଉ କିମ୍ବା ସୁଭାଷ ବୋଷଙ୍କ ଡାକରା ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧିନତା ଦେବି , ଏହି ଦୁଇ ଚିନ୍ତାଧାରା ସାରା ବିଶ୍ବରେ ଗୁଞ୍ଜରି ଉଠିଥିଲା । ହେଲେ ଭାରତ ସିନା ସ୍ଵାଧୀନ ହେଲା ହେଲେ ସବୁ ଦିନ ପାଇଁ ହରେଇ ବସିଲା ତାର ଅନ୍ୟ ଏକ ଅଂଶକୁ ।

W

୧୯୪୭ ମସିହା ଅଗଷ୍ଟ ମାସ ୧୪ ତାରିଖ । ଭାରତ ପ୍ରସ୍ତୁତି କରୁଥାଏ ନିଜର ସ୍ଵାଧୀନତା ପାଇଁ । ଭାରତର ଏହି ଦିନଟି ଦୁଃଖ ଓ ସୁଖର ଏକ ସମିଶ୍ରଣ କହିଲେ କିଛି କମ୍ ହେବ ନାହିଁ । ଭାରତକୁ ଇଂରେଜ ମାନେ ଛାଡ଼ି ସିନା ଚାଲି ଯାଉଥାନ୍ତି ହେଲେ ପଛରେ ଛାଡି ଯାଉଥାନ୍ତି ଅନେକ ବାଦ ବିବାଦ । ସେଥି ମଧ୍ୟରୁ ସବୁଠାରୁ ବଡ଼ ବିବାଦ ଥିଲା ହିନ୍ଦୁ ମୁସଲମାନ ବିବାଦ । 

ଅଗଷ୍ଟ ୧୪ ମଧ୍ୟ ରାତ୍ରିରେ ଜବାହାରଲାଲ ନେହେରୁ ଭାଇସ୍ ରୟ ଅଫିସ୍ ରେ ଦେଉଥାନ୍ତି ନିଜର ପୂର୍ବ ସ୍ୱାଧିନତା ଅଭିଭାଷଣ । ଯେଉଁଥିରେ ସେ କହିଥିଲେ ଯେଉଁ ସମୟରେ ସାରା ବିଶ୍ଵ ଶୋଇଥିବ ସେହି ସମୟରେ ଜନ୍ମ ନେବ ଏକ ନୂଆ ଭାରତ । ଭାରତର ଅଧିକାରୀ ହେବେ ଭାରତର ଲୋକେ । ଅନ୍ୟ କୌଣସି ବିଦେଶୀଙ୍କର ଅଧିକାର ରହିବ ନାହିଁ ଭାରତ ଉପରେ । 

ସେଦିନ ମଧ୍ୟ ରାତ୍ରିରେ ବ୍ରିଟିଶର୍ ଭାରତର ଶାସନ ଭାର ଭାରତକୁ ଦେଇ ଦେଇ ସବୁ ଦିନ ପାଇଁ ଭାରତ ଛାଡ଼ି ଚାଲି ଯାଇଥିଲେ । ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ସରକାରୀ କାଗଜ ପତ୍ରରେ ଭାରତକୁ ଏକ ପୂର୍ଣ୍ଣ ସ୍ଵାଧୀନ ଦେଶ ଭାବେ ଘୋଷଣା କରା ଯାଇଥିଲା । ଯେଉଁଦିନ ପ୍ରଧାନମନ୍ତ୍ରୀ ଭାବେ ଜବାହାରଲାଲ୍ ନେହେରୁ ଓ ରାଷ୍ଟ୍ରପତି ଭାବେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶପଥ ଗ୍ରହଣ କରିଥିଲେ ଏବଂ ଭାରତ ଠାରୁ ସବୁ ଦିନ ପାଇଁ ଅଲଗା ହୋଇ ଯାଇଥିଲା ପାକିସ୍ତାନ ।