ପାଦର ଆଙ୍ଗୁଠି କହିଥାଏ ବ୍ୟକ୍ତିତ୍ଵ, ଜାଣନ୍ତୁ ଆପଣଙ୍କ ପାଦର ଆଙ୍ଗୁଠି କେମିତି ଥିଲେ ଆପଣ ଭାଗ୍ୟବାନ

 
Leg finger
କେବଳ ଯେ ହାତର ରେଖାରୁ ମଣିଷର ଭବିଷ୍ୟତ ଓ ବ୍ୟକ୍ତିତ୍ଵ କହି ହୁଏ ତାହା ନୁହେଁ ମଣିଷ ଶରୀରରେ ଏପରି ଅନେକ ଲକ୍ଷଣ ରହିଛି ଯାହା ଦ୍ଵାରା ମଧ୍ୟ ଆପଣ ମଣିଷର ସ୍ଵଭାବ ଓ ତାର ଭବିଷ୍ୟତ କିପରି କଟିବ ତାହା ଆପଣ ଜାଣି ପାରିବେ । ତେବେ ଏଥିରେ ପାଦର ଏକ ବିଶେଷ ଗୁରୁତ୍ଵ ରହିଛି । 

W

ତେବେ ଆସନ୍ତୁ ଜାଣିବା ପାଦର ବିଭିନ୍ନ ଲକ୍ଷଣ ଯାହା ଦ୍ଵାରା ଆପଣ ବ୍ୟକ୍ତିର ବ୍ୟକ୍ତିତ୍ଵ ବିଷୟରେ ଅନେକ କିଛି ଅନୁମାନ କରି ପାରିବେ ।

 Follow our WhatsApp channel and get all the Latest news

WhatsApp Channel (Join Now) Join Now

• ଯେଉଁ ବ୍ୟକ୍ତି ମାନଙ୍କର ପାଦର ଆଙ୍ଗୁଠି ସାଧାରଣତଃ ପତଳା ହୋଇଥାଏ ସେମାନେ ଆବଶ୍ୟକ ସ୍ଥଳେ ଖର୍ଚ୍ଚ କରିଥାନ୍ତି ଓ ନିଜ କାମ ଅନ୍ୟ ଉପରେ ଲଦିବା ପସନ୍ଦ କରନ୍ତି ।

• ଯେଉଁ ଲୋକ ମାନଙ୍କର ପାଦର ଆଙ୍ଗୁଠି ମଧ୍ୟରେ ଅଧିକ ଦୂରତା ଥାଏ ସେମାନେ ସାଧାରଣତଃ ଏକୁଟିଆ ରହିବାକୁ ପସନ୍ଦ କରନ୍ତି ।

• ଯେଉଁ ବ୍ୟକ୍ତି ମାନଙ୍କର ପାଦର ବୁଢ଼ା ଆଙ୍ଗୁଠି ଲମ୍ବା ଏବଂ ଅନ୍ୟ ସମସ୍ତ ଆଙ୍ଗୁଠି ସମାନ ସେମାନେ ସାଧାରଣତଃ ଗବେଷଣା କ୍ଷେତ୍ରରେ ସୁନାମ ଅର୍ଜନ କରିଥାନ୍ତି । 

• ଯେଉଁ ବ୍ୟକ୍ତିଙ୍କର ପାଦର ଆଙ୍ଗୁଠି ଗୋଟିଏ ଆକାରର ସେମାନେ କଳା ପ୍ରେମୀ ହୋଇଥାନ୍ତି । 

• ଯେଉଁ ମାନଙ୍କର ପ୍ରଥମ ଓ ଦ୍ଵିତୀୟ ଆଙ୍ଗୁଠି ସମାନ ସେହି ବ୍ୟକ୍ତି ମାନେ ବହୁ ପରିଶ୍ରମୀ ହୋଇଥାନ୍ତି । 

• ଯେଉଁ ମାନଙ୍କର ବଡ଼ ରୁ ଛୋଟ ଅନୁସାରେ ଆଙ୍ଗୁଠି ରହିଥାଏ ସେମାନେ ପ୍ରଭାବଶାଳୀ ବ୍ୟକ୍ତି ଅଟନ୍ତି । 

• ଯେଉଁ ଲୋକଙ୍କର ପାଦର ଆଙ୍ଗୁଠି ମୋଟା ହୋଇଥାଏ ସେମାନେ ସର୍ବଦା ଖୁସିରେ ରୁହନ୍ତି ।