ବିନା ଲୁହା ଓ ସିମେଣ୍ଟରେ କେମିତି ତିଆରି ହୋଇଛି ରାମ ମନ୍ଦିର, କଣ କଣ ଲାଗିଛି ମନ୍ଦିରରେ, ଜାଣନ୍ତୁ ସବୁକିଛି
ତେବେ ଆସନ୍ତୁ ଏହି ଅବସରରେ ଏହି ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ମନ୍ଦିରର ନିର୍ମାଣ ଶୈଳୀ , କଳାକୃତି ଓ ଏହାର ସମ୍ପୂର୍ଣ ଢାଞ୍ଚା ବିଷୟରେ ଜାଣିବା ।
ମନ୍ଦିର ନିର୍ମାଣ ପରମ୍ପରାଗତ ନାଗର ଶୈଳୀରେ ହେଉଛି । ମନ୍ଦିରର ଦୈର୍ଘ୍ୟ ୩୮୦ ଫୁଟ୍, ପ୍ରସ୍ଥ ୨୫୦ ଫୁଟ୍ ଏବଂ ଉଚ୍ଚତା ୧୬୧ ଫୁଟ୍ ରହିଛି । ମନ୍ଦିରର ଚତୁର୍ଦ୍ଦିଗରେ ଥିବା ଆୟତାକାର ସୁରକ୍ଷା କାନ୍ଥର ଦୈର୍ଘ୍ୟ ୭୩୨ ମିଟର ଓ ପ୍ରସ୍ଥ ୪୨୫ ମିଟର ରହିଛି । ସୁରକ୍ଷା କାନ୍ଥର ଚାରି କୋଣରେ ଭଗବାନ ସୂର୍ଯ୍ୟ , ଶଙ୍କର , ଗଣେଶ ଏବଂ ଦେବୀ ଭଗବତୀଙ୍କ ମନ୍ଦିର ରହିଛି ।
Follow our WhatsApp channel and get all the Latest news
ମନ୍ଦିରଟି ୩ ମହଲା ବିଶିଷ୍ଟ ହୋଇଛି । ପ୍ରତ୍ୟେକ ମହଲାର ଉଚ୍ଚତା ୨୦ ଫୁଟ୍ ରହିଛି । ମନ୍ଦିରରେ ମୋଟ୍ ୩୯୨ ଟି ସ୍ତମ୍ଭ ଓ ୪୪ ଟି ପ୍ରବେଶ ଦ୍ୱାରା ରହିଛି । ତଳ ମହଲା ସ୍ଥିତ ଗର୍ଭ ଗୃହରେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ଓ ପ୍ରଥମ ମହଲା ସ୍ଥିତ ଗର୍ଭ ଗୃହରେ ଶ୍ରୀରାମ ଦରବାର ରହିଛି । ମନ୍ଦିରରେ ମୋଟ୍ ୫ଟି ମଣ୍ଡପ ରହିଛି । ଯଥା - ନୃତ୍ୟ ମଣ୍ଡପ , ରଙ୍ଗ ମଣ୍ଡପ , ସଭା ମଣ୍ଡପ , ପ୍ରାର୍ଥନା ମଣ୍ଡପ ଏବଂ କୀର୍ତ୍ତନ ମଣ୍ଡପ ।
ମନ୍ଦିରକୁ ପ୍ରବେଶ କରିବା ପାଇଁ ୧୬.୫ ଫୁଟ୍ ଉଚ୍ଚତା ବିଶିଷ୍ଟ ୩୨ଟି ଶିଢି ଚଢ଼ି ସିଂହ ଦ୍ୱାର ଦେଇ ଯିବାକୁ ହେବ । ଦିବ୍ୟାଙ୍ଗ ଏବଂ ବୃଦ୍ଧ ମାନଙ୍କ ପାଇଁ ଲିଫ୍ଟ ଓ ରେମ୍ପର ବ୍ୟବସ୍ଥା ମଧ୍ୟ ରହିଛି । ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ଅନ୍ୟ ମନ୍ଦିର ଗୁଡିକ ଯଥା ମହର୍ଷି ବାଲ୍ମୀକି , ମହର୍ଷି ବଶିଷ୍ଠ , ମହର୍ଷି ବିଶ୍ଵାମିତ୍ର , ମହର୍ଷି ଅଗସ୍ତ୍ୟ , ନିଷାଦରାଜ ଗୁହ୍ୟକ , ମାତା ଶବରୀ ଏବଂ ଦେବୀ ଅହଲ୍ୟାଙ୍କ ମନ୍ଦିର ରହିଛି ।
ମନ୍ଦିର ନିକଟରେ ପୌରାଣିକ କାଳର ସିତାକୁପ ରହିଛି । ଦକ୍ଷିଣ - ପଶ୍ଚିମ ଭାଗରେ ନବରତ୍ନ କୁବେର ଟିଲା ଉପରେ ଥିବା ଶିବ ମନ୍ଦିରର ଜିର୍ଣୋଧାର ଏବଂ ରାମଭକ୍ତ ଜଟାୟୁରାଜଙ୍କ ପ୍ରତିମା ସ୍ଥାପନ ହୋଇଛି । ସ୍ତମ୍ଭ ଏବଂ କାନ୍ଥ ମାନଙ୍କରେ ଦେବୀ , ଦେବତା ଏବଂ ଦେବାଙ୍ଗନା ମାନଙ୍କ ମୂର୍ତ୍ତି ରହିଛି ।