ଜାଣନ୍ତୁ କିପରି ଚିକେନ ଦ୍ୱାରା ହୋଇଥାଏ ଏରୋପ୍ଲେନ୍ ର ଇଞ୍ଜିନ ଟେଷ୍ଟ, କାହିଁକି ପଂଖା ଭିତରେ ଫୋପାଡାଯାଏ ଜିଅନ୍ତା କୁକୁଡା

 
Chicken test in airplane
ଏରୋପ୍ଲେନ୍ ରେ ଯାତ୍ରା କରିବା ପାଇଁ ଅନେକଙ୍କର ଏକ ଇଛା ରହିଥାଏ । ହେଲେ କେଉଁଠି ନା କେଉଁଠି ସମସ୍ତଙ୍କ ମନରେ ଏରୋପ୍ଲେନ୍ ଜନିତ ଦୁର୍ଘଟଣାକୁ ନେଇ ଭୟ ରହିଥାଏ । ଅନେକ ସମୟରେ ଏରୋପ୍ଲେନ୍ ଜନିତ ଦୁର୍ଘଟଣା ମୁଖ୍ୟତଃ ୨ ଟି କାରଣ ନେଇ ହୋଇଥାଏ । ଗୋଟିଏ ହେଉଛି ଏରୋପ୍ଲେନ୍ ଉଡାଣ ସମୟରେ ହଠାତ୍ ପାଗରେ ପରିବର୍ତ୍ତନ ଓ ଅନ୍ୟଟି ହେଉଛି ଉଡନ୍ତା ପକ୍ଷୀ ମାନଙ୍କର ପ୍ଲେନ୍ ର ଉଇଂସ୍ ବା ଇଞ୍ଜିନ ରେ ବାଡେଇ ହେବା ।

ସ

ତେବେ ପକ୍ଷୀ ମାନଙ୍କର ବାଡେଇ ହେବା ଦ୍ବାରା ପ୍ଲେନକୁ ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ଉଡାଣ ପୂର୍ବରୁ ପ୍ଲେନର ଇଞ୍ଜିନକୁ ଚିକେନ ଦ୍ୱାରା ଟେଷ୍ଟ୍ କରା ଯାଇଥାଏ । କଣ ଆପଣ ଜାଣନ୍ତି ଏହି ଟେଷ୍ଟ ପାଇଁ ପ୍ରାୟ ୨ ରୁ ୪ କେଜି ଚିକେନ ର ଆବଶ୍ୟକତା ପଡ଼ିଥାଏ । ଏହାକୁ ବାର୍ଡ ଗନ , ବାର୍ଡ କେନନ୍ ବା ଚିକେନ ଗନ୍ ମଧ୍ୟ କୁହା ଯାଇଥାଏ ।

ଦ ସନ୍ ବ୍ରିଟିଶ ଏୟାରଲାଇନ୍ ଆସୋସିଏସନ୍ ଙ୍କ କହିବା ଅନୁସାରେ ଏହି ଟେଷ୍ଟ ଟି ଉଡାଣ ପୂର୍ବରୁ କରିବା ନିତ୍ୟାନ୍ତ ଆବଶ୍ୟକ । ଏହି ଟେଷ୍ଟ ଦ୍ୱାରା ଜଣା ପଡ଼ିଥାଏ ଯେ ପ୍ଲେନଟି ପକ୍ଷୀ ମାନଙ୍କ ବାଡେଇ ହେବାରୁ ନିଜକୁ କେତେ ପରିମାଣର ରକ୍ଷା କରୁଛି । ତେବେ ଆସନ୍ତୁ ଜାଣିବା ଏହି ପରୀକ୍ଷାଟି କିପରି କରା ଯାଇଥାଏ ?

Airplane

ଏହି ପରୀକ୍ଷା ପାଇଁ ପ୍ରାୟ ୨ ରୁ ୪କେଜି ଚିକେନକୁ ପ୍ଲେନର ଇଞ୍ଜିନ ଚାଲୁ ରଖି ଏଥି ମଧ୍ୟକୁ ଫୋପଡା ଯାଇଥାଏ । ଏହି ଚିକେନକୁ ଉଇଣ୍ଡ୍ ସ୍ଲାଇରେ ମଧ୍ୟ ପକା ଯାଇଥାଏ । ଏପରି କରିବା ଦ୍ବାରା ଏହା ଜଣା ପଡ଼ି ଥାଏ ଯେ ଆକାଶରେ ଉଡାଣ ବେଳେ ଯଦି ଏପରି କିଛି ପରିସ୍ଥିତି ଦେଖା ଯାଏ ତେବେ ଇଞ୍ଜିନ ଏହାକୁ ସମ୍ମୁଖୀନ କରିବାକୁ ସକ୍ଷମ କି ନୁହେଁ ।