ସରିଲା ପ୍ରାଣ ପ୍ରତିଷ୍ଠା ହେଲେ‌ ମନ୍ଦିର ନିର୍ମାଣ ପଛରେ ରହିଛି ଏହି ୫ ଜଣଙ୍କ ବଡ ହାତ, ଜାଣନ୍ତୁ କଣ କରିଛନ୍ତି ଏମାନେ

 
Pran pratishtha

ଜନ୍ମଭୂମିରେ ବିରାଜିଲେ ପ୍ରଭୁ ଶ୍ରୀରାମ। କେବଳ ଅଯୋଧ୍ୟା ନୁହେଁ ସମଗ୍ର ଭାରତ ବର୍ଷ ରାମମୟ ହୋଇଯାଇଛି। ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁଙ୍କ ପ୍ରାଣ ପତିଷ୍ଠା କରାଇଛନ୍ତି। ଅନେକ ସଂଘର୍ଷ , ଅନେକ ଦିନର ବାଦ ବିବାଦ ପରେ ଆଜି ସମସ୍ତଙ୍କ ଆଗରେ ଉପସ୍ଥିତ ହୋଇଛି ପ୍ରଭୁ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ଦିବସ । ଛାଡ଼ି ଯିବ ଅନେକ ସ୍ମୃତି , ଅନେକ ଅଭିଜ୍ଞତା ଓ ଅନୁଭବ।

R

ହେଲେ ଯଦି ଇତିହାସକୁ ଦେଖାଯାଏ ରାମ ମନ୍ଦିର ପ୍ରତିଷ୍ଠା ହେବାର ପ୍ରକ୍ରିୟା ସେତେ ସହଜ ନ ଥିଲା । ଭାରତ ସ୍ୱାଧୀନ ହେବା ପର ଠାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଏହି ସଙ୍ଘର୍ଷ ଜାରି ରହିଥିଲା । ରାମ ଭକ୍ତ ମାନେ କେବେ କୋର୍ଟରେ ତ କେବେ ରାଜ ରାସ୍ତାରେ ରାମ ମନ୍ଦିର ପ୍ରତିଷ୍ଠା କରିବାର ଦାବୀ ଜାରି ରଖିଥିଲେ । ଶେଷରେ ଜିତିଲା ଭକ୍ତଙ୍କର ଭକ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

Ram

୨୦୨୦ ମସିହା ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଭୂମି ପୂଜନ କରିଥିଲେ । ୩ ମହଲା ବିଶିଷ୍ଟ ଏ ଯେଉଁ ଭବ୍ୟ ମନ୍ଦିର ଆଜି ସମସ୍ତଙ୍କ ଆଗରେ ଛିଡା ହୋଇଛି ଏଥି ପାଇଁ ଅନେକ ଲୋକଙ୍କର ଦିନ ରାତିର ପରିଶ୍ରମ ଯୋଡ଼ି ହୋଇ ରହିଛି । ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ଓ ଇଞ୍ଜିନିୟରଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ୨୦୨୦ ମସିହାରୁ ହୋଇ ଆସିଛି ।

ତେବେ ଆସନ୍ତୁ ଜାଣିବା ଏମିତି ୫ ଜଣ ବ୍ୟକ୍ତିତ୍ଵଙ୍କ ବିଷୟରେ ଯେଉଁମାନଙ୍କର ଏକ ବଡ଼ ଅବଦାନ ରହିଛି ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ । 

୧ - ବିନୋଦ କୁମାର ମେହେଟ୍ଟା : ଯେ କି LNT କମ୍ପାନିର ମୁଖ୍ୟ ଅଟନ୍ତି । ଏହି କମ୍ପାନୀକୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଦାୟୀତ୍ବ ସଂପୂର୍ଣ୍ଣ ଦିଆ ଯାଇଥିଲା । ବିନୋଦ ନିଜେ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ହେଉଥିବା ପ୍ରତିଟି ସଭାରେ ଉପସ୍ଥିତ ରହି ବ୍ୟକ୍ତିଗତ ସ୍ତରରେ ମଧ୍ୟ କାର୍ଯ୍ୟର ତଦାରଖ କରୁଥିଲେ ।

୨ - ଭି ଏସ ରାଜୁ : ରାଜୁ ଜଣେ IIT ର ରିଟାୟାର୍ଡ ପ୍ରଫେସର ଅଟନ୍ତି । ସେ ମନ୍ଦିରର ସ୍ତମ୍ଭ , ଗର୍ଭ ଗୃହ ତଥା ଅନ୍ୟାନ୍ୟ ଢାଞ୍ଚା ନିର୍ମାଣକୁ ତଦାରଖ କରୁଥିଲେ । 

୩ - ଅନୁଭାଇ ସୋମପୁରା : ଅନୁଭାଇ ପ୍ରାୟ ୪୨ ବର୍ଷ ଧରି ପଥର ଖୋଦେଇ କାମ କରି ଆସୁଛନ୍ତି । ଯାହାଙ୍କୁ ରାମ ମନ୍ଦିରର ପଥର ଖୋଦେଇ ଦାୟିତ୍ଵ ଦିଆ ଯାଇଥିଲା । ଏକ ବିଶେଷ ପଥରେରେ ଏହି ଖୋଦେଇ କାର୍ଯ୍ୟ ହୋଇଥିଲା ।

୪-ନ୍ରିପେନ୍ଦ୍ର ମିଶ୍ର : ସେ PMO ର ମୁଖ୍ୟ ଶାସନ ସଚିବ ଅଟନ୍ତି । ସେ ରାମ ମନ୍ଦିର ପ୍ରତିଷ୍ଠା କମିଟିର ମୁଖ୍ୟ ସଭାପତି ଅଟନ୍ତି । ସେ ରାମ ମନ୍ଦିର ପ୍ରତିଷ୍ଠା ଆରମ୍ଭ ହେବା ଦିନ ଠାରୁ ଅଯୋଧ୍ୟାରେ ରହି କାର୍ଯ୍ୟର ତଦାରଖ କରୁଥିଲେ । 

୫- ଚମ୍ପତ ରାୟ : ଚମ୍ପତ ରାୟ ବିଶ୍ଵ ହିନ୍ଦୁ ପରିଷଦର ଉପାଧ୍ୟକ୍ଷ ଅଟନ୍ତି । ଯେ କି ରାମ ମନ୍ଦିର ପରିଚାଳନା କମିଟିର ଉପ ସଭାପତି ଭାବେ ଦାୟିତ୍ଵ ତୁଲାଇ ଆସୁଛନ୍ତି ।