ଦେଖନ୍ତୁ ଭିଡ଼ିଓ: ତିନୋଟି ବାଘ ଥିବା ଖୁଆଡ଼ରେ ଫସିଗଲା ବିଲେଇ, ଏଭଳି ଆକସ୍ମିକ ଭାବରେ ବର୍ତ୍ତିଲା ଜୀବନ….

 
cat and tiger

ଯଦି ଆପଣ ଭୁଲବଶତଃ ବାଘ ରହୁଥିବା ଖୁଆଡ଼ ଭିତରକୁ ପଶି ଯାଆନ୍ତି ତ ଆପଣଙ୍କ ଅବସ୍ଥା କଣ ହେବ? ଏଭଳି ଭୟଙ୍କର କଥା ଭାବିବାକୁ ମଧ୍ୟ ଆମ୍ଭକୁ ଡର ଲାଗିଥାଏ। କିନ୍ତୁ, ସୋସିଆଲ ମିଡିଆରେ ଏହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଆକସ୍ମିକ ଭାବରେ ଏକ ବିଲେଇଟିଏ ତିନୋଟି ବାଘ କବଳରୁ ବଞ୍ଚିଯାଉଥିବା ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଭିଡ଼ିଓକୁ ଦୁବାଇର ଶାସକଙ୍କ ଝିଅ ଶେଖ ଲତିଫା ଇଂଷ୍ଟାଗ୍ରାମରେ ଅପଲୋଡ଼ କରିଥିଲେ। ଏହି ଭିଡ଼ିଓରେ ଲତିଫା ତିନୋଟି ବାଘଙ୍କୁ ପୋଷା କରି ରଖିଥିବା ଜାଣିବାକୁ ମିଳିଛି। କିନ୍ତୁ, ବାଘ ଖୁଆଡ଼ ଭିତରକୁ ହଠାତ ଏକ ବିଲେଇ ଛୁଆ ପଶି ଆସୁଛି। ଏହାପରେ ତିନୋଟି ଯାକ ବାଘ ବିଲେଇଟି ଉପରକୁ ଝାମ୍ପି ପଡୁଛନ୍ତି। ଏପରିକି ଗୋଟିଏ ବାଘ ବିଲେଇଟିକୁ ପାଟିରେ ଧରି ଦୌଡୁଥିବା ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ, ଠିକ ସମୟରେ ସେଠାରେ ଦୁଇଜଣ କର୍ମଚାରୀ ପହଞ୍ଚି ବିଲେଇଟିକୁ ଉଦ୍ଧାର କରିଥିଲେ। ଦେଖନ୍ତୁ ଭିଡ଼ିଓ:-

ଭିଡ଼ିଓଟି ଇଣ୍ଟରନେଟରେ ସେୟାର କରାଯିବା ପରେ ଲୋକେ ଏହାକୁ ବହୁତ ପସନ୍ଦ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶେଖ ଲତିଫା ଜଣେ ପଶୁ ପ୍ରେମୀ ଭାବରେ ବେସ୍ ଜଣାଶୁଣା ଅଟନ୍ତି। ତାଙ୍କ ପାଖରେ ସିଂହ, ବାଘ ଠାରୁ ଆରମ୍ଭ କରି ଅନେକ ଦୁର୍ଲଭ ଏବଂ ବିଦେଶୀ ପଶୁ ରହିଥିବା ଜଣାଯାଇଛି।