ଦେଖନ୍ତୁ ଭିଡ଼ିଓ: ଦିଦି ଶାଢ଼ୀ ପିନ୍ଧିଲେ ସୁନ୍ଦର ଦେଖାଯାଆନ୍ତି ବୋଲି କହି ଚର୍ଚ୍ଚାରେ ଏହି କୁନି ପିଲା! ଭିଡ଼ିଓ ଭାଇରାଲ

 
Boy

ସାଧାରଣତଃ ଛୋଟ ପିଲାମାନଙ୍କର ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ତେବେ, ଏକ ଛୋଟ ଛୁଆ ଏବଂ ଜଣେ ଶିକ୍ଷୟତ୍ରୀଙ୍କର ବାର୍ତ୍ତାଳାପ ବର୍ତ୍ତମାନ ସମୟରେ ଇଣ୍ଟରନେଟର ହଇଚଇ ସୃଷ୍ଟି କରିଛି। ହୋମୱାର୍କ କରିବା ଠାରୁ ବଞ୍ଚିବା ପାଇଁ ପିଲାଟି ନିଜ ଟିଚରଙ୍କର ପ୍ରଶଂସା କରୁଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି।

Kid

ଭାଇରାଲ ହେଉଥିବା ଏହି ଭିଡ଼ିଓରେ କୁନି ଛାତ୍ରଟି ନିଜ ଶିକ୍ଷୟିତ୍ରୀଙ୍କୁ,"ଆପଣ ଯେତେବେଳେ ଶାଢୀ ପିନ୍ଧି ଆସିଥିଲେ, ବହୁତ ସୁନ୍ଦର ଦେଖାଯାଉଥିଲେ” ବୋଲି କହୁଥିବା ଦେଖିବାକୁ ମିଳୁଛି। ଏହାପରେ ଶି‍କ୍ଷୟିତ୍ରୀ ଯେତେବେଳେ କାହିଁକି ବୋଲି ପଚାରିଲେ କୁନି ପିଲାଟି ଖୁବ ଚତୁରତାର ସହିତ,"ତୁମେ ମୋର ପ୍ରିୟ ମ୍ୟାଡାମ୍" ବୋଲି ଉତ୍ତର ଦେଇଥିଲା। ତେବେ, ପିଲାଟିର ଏଭଳି ଅନ୍ଦାଜ୍ ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି।


 

ଭାଇରାଲ ହେଉଥିବା ଏହି ଭିଡ଼ିଓଟିକୁ ପ୍ରଥମ ଥର ପାଇଁ Sunilpanwar2507 ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲ ଦ୍ୱାରା ସେୟାର କରାଯାଇଥିଲା। ଏପର୍ଯ୍ୟନ୍ତ ସୁଦ୍ଧା ଏହାକୁ ୧୪୮ ହଜ଼ାରରୁ ଅଧିକ ଲୋକେ ଦେଖି ସାରିଲେଣି। କେବଳ ସେତିକି ନୁହେଁ ଏହି ଭିଡ଼ିଓରେ ୟୁଜର୍ସ ମାନଙ୍କର କେମେଣ୍ଟ ବର୍ଷା ଦେଖିବାକୁ ମିଳିଛି।