ଭାରତ କୁ ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ, କହିଲା "ଭାରତ ଉପରେ ହମସ୍ ଭଳି ଆକ୍ରମଣ ହେବ, ଆମେ ଭାରତକୁ..."
ଇସ୍ରାଇଲ୍ ଉପରେ ଆତଙ୍କବାଦୀ ସଂଘଠନ ହମସ୍ ଯେଉଁଭଳି ଭାବରେ ଆକ୍ରମଣ କରିଛି ତାହା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ଇସ୍ରାଇଲର ସାଧାରଣ ଜନତାଙ୍କ ଉପରେ ହମସ୍ ଆତଙ୍କବାଦୀ ସଂଗଠନ ତରଫରୁ ଅକଥନୀୟ ଅତ୍ୟାଚାର କରାଯାଉଥିବାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ତେବେ, ଏହାରି ଭିତରେ ଭାରତ ଉପରେ ମଧ୍ୟ ଏଭଳି ଆକ୍ରମଣ ହେବାର ସମ୍ଭାବନା ଦେଖା ଦେଇଛି।
ଭାରତ ଏବଂ ଖାସ୍ କରି ପଞ୍ଜାବ ଉପରେ ଏପରି ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍ ଫର ଜଷ୍ଟିସ୍ର ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ ଭାରତ ଉପରେ ବଡ଼ ଆକ୍ରମଣ ପାଇଁ ଧମକ ଦେଇଥିବା ଜଣାପଡିଛି। ସ୍ବତନ୍ତ୍ର ଖଲିସ୍ତାନୀ ରାଷ୍ଟ୍ର ଘୋଷଣା ଲକ୍ଷ୍ୟ ହାସଲ ପାଇଁ ଭାରତ ବିପକ୍ଷରେ ହମସ୍ ଭଳି ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ପଛାଇବେ ନାହିଁ ବୋଲି ପନ୍ନୁ କହିଛି।
ପନ୍ନୁ ସୋସିଆଲ ମିଡିଆରେ ଭିଡିଓ କରି ଏଭଳି ଧମକ ଦେଇଛି। ୪୦ ସେକେଣ୍ଡର ଏହି ଭିଡ଼ିଓରେ ପନ୍ନୁ କହିଛି ଯେ ପଞ୍ଜାବକୁ ଆମେ ଭାରତର ଅଞ୍ଚଳ ଭାବେ ଗ୍ରହଣ କରୁନାହୁଁ ଏବଂ ଏହାକୁ ସ୍ବାଧୀନ କରିବାକୁ ଆମେ ଶପଥ ନେଇଛୁ।
ଭାରତ ଖଲିସ୍ତାନୀଙ୍କ ବିରୋଧରେ ହିଂସା ଆରମ୍ଭ କଲେ ଆମେ ଏହାର ଭୟଙ୍କର ଜବାବ ଦେବୁ ବୋଲି ସେ ଧମକ ଦେଇଛି। ତେବେ, ସ୍ୱତନ୍ତ୍ର ରାଷ୍ଟ୍ର ପାଇଁ ସେମାନେ ଏକ ଗଣଭୋଟର ସାହାଯ୍ୟ ନେବେ ବୋଲି ପନ୍ନୁ କହିଛି।
ଆହୁରି ପଢ଼ନ୍ତୁ:- ବିଶ୍ୱକର୍ମା ଯୋଜନା ରେ ପଞ୍ଜିକରଣ କଲେ ମିଳିବ 15,000 ଟଙ୍କା, ଜାଣନ୍ତୁ କିଭଳି ଉଠାଇବେ ଲାଭ