ସାମ୍ନାକୁ ଆସିଲା ଡ୍ରେନରେ ଭାସି ମୃତ୍ୟୁ ବରଣ କରିଥିବା ଜ୍ୟୋତିଙ୍କ ଶେଷ ଭିଡ଼ିଓ, ଭିଡ଼ିଓ ଦେଖି ହେବେ ଦୁଃଖିତ

 
Dekhantu video

ଗତ ୧୯ ତାରିଖ ରବିବାର ଦିନ ପ୍ରବଳ ବର୍ଷା ହେତୁ ରାଜଧାନୀ ଭୁବନେଶ୍ବରରେ କୁତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଡ୍ରେନ ଗୁଡ଼ିକରେ ସୁଅ ଭଳି ପାଣି ଛୁଟୁଥିବା ବେଳେ ଏଥିରେ ଭାସିଯାଇଥିଲେ ଜଣେ ୧୫ ବର୍ଷୀୟ ବାଳକ ଜ୍ୟୋତିପ୍ରକାଶ ବେହେରା। ଟ୍ୟୁସନ ଅଭିମୁଖେ ବାହାରିଥିବା ଜ୍ୟୋତିପ୍ରକାଶ ଓରଫ ରାଜା ପାଣି ସୁଅରେ ଭାସିଯାଇଥିଲେ। 

Dead body

ଦୀର୍ଘ ୧୮ ଘଣ୍ଟାର ଖୋଜା ଖୋଜି ପରେ ଭୁବନେଶ୍ୱର ପଞ୍ଚସଖା ନଗର ଡ୍ରେନ୍‌ ପାଖ ଏକ ଅମରି ବୁଦା ମୂଳରୁ ରାଜାଙ୍କର ମୃତଦେହକୁ ଠାବ କରାଯାଇଥିଲା। ରାଜାଙ୍କର ମୃତ୍ୟୁ ଖବର ପାଇବା ପରେ ସବୁଆଡ଼େ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏବେ ତାଙ୍କର ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ଦେଖନ୍ତୁ ଭିଡ଼ିଓ:-

ରାଜା ନିଜ ବ୍ଲଗ ପାଇଁ ଏହି ଭିଡ଼ିଓଟିକୁ ରେକର୍ଡ଼ କରିଥିବା ଜଣାପଡ଼ିଛି। ଭିଡ଼ିଓରେ ସେ ହିନ୍ଦୀରେ କଥା କହୁଥିବା ବେଳେ ଦେଖଣାହାରୀ ମାନଙ୍କୁ ନିଜ ଟାଇମ ଟେବୁଲ ବିଷୟରେ ଜଣାଉଥିଲେ। ତେବେ, ସାଙ୍ଗସାଥି ଓ ପରିବାର ସଦସ୍ୟ ମାନଙ୍କ କହିବା ଅନୁଯାଇ ସେ ଜଣେ ମେଧାବୀ ଛାତ୍ର ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।